ଜାତୀୟ

ସ୍ତ୍ରୀ କରୁଥିଲା ପରକ୍ରିୟା ପ୍ରୀତି, ଥାନାରେ ପହଞ୍ଚି ମହିଳା କହିଲା-ସ୍ୱାମୀ ଏବଂ ପ୍ରେମିକ ଦୁହେଁ ଦରକାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ପରକ୍ରିୟା ପ୍ରୀତିର ଏକ ଭିନ୍ନ ମାମଲା ସାମନାକୁ ଆସିଛି । ଏଠାରେ ଜଣେ ମହିଳା ନିଜ ସ୍ୱାମୀ ସହ ଗୋଟିଏ ଘରେ ରହୁଥିଲେ । ଏହି ଘରେ ମହିଳାଙ୍କ ପ୍ରେମିକ ମଧ୍ୟ ରହୁଥିଲା । ତେବେ ମହିଳାଙ୍କ ସ୍ୱାମୀ ଏହି ଜାଣି ନଥିଲେ । ମହିଳା ଦୁହିଁଙ୍କ ମଧ୍ୟରୁ କାହାରିକୁ ବି ଛାଡିବାକୁ ଚାହୁଁ ନଥିଲେ । ମହିଳାଙ୍କ ପ୍ରେମିକ ତାଙ୍କ ସ୍ୱାମୀଙ୍କ କାମରେ ସାହାଯ୍ୟ କରୁଥିଲେ । ଦିନେ ମହିଳାଙ୍କ ସ୍ୱାମୀ ଗାଁରେ ହେଉଥିବା ଭାବଗତ କଥା ଶୁଣିବାକୁ ଯାଇଥିଲେ। ଘରେ ମହିଳା ଏବଂ ତାଙ୍କ ପ୍ରେମିକ ଥିଲେ ।

ଦୁହେଁ ପ୍ରେମର ଦୁନିଆରେ ମଜା କରୁଥିଲେ । ତେବେ ଏହି ସୂଚନା କୌଣସି ପ୍ରକାରେ ମହିଳାଙ୍କ ସ୍ୱାମୀଙ୍କ ନିକଟରେ ପହଞ୍ଚିଥିଲା । ଘରକୁ ଫେରି ଦୁହିଁଙ୍କୁ ଅସଞ୍ଜତ ଅବସ୍ଥାରେ ସ୍ୱାମୀଙ୍କ ରକ୍ତ ଗରମ ହୋଇ ଉଠିଥିଲା । ଏହାପରେ ଦୁହିଁଙ୍କୁ ମାଡ ମାରିଥିଲେ ଏବଂ ତିନି ଜଣ ଥାନାରେ ପହଞ୍ଚିଥିଲେ । ତେବେ ପଚରାଉଚରା ବେଳେ ମହିଳା ଜଣଙ୍କ ନିଜର ସ୍ୱାମୀ ଏବଂ ପ୍ରେମିକ କାହାକୁ ବି ଛାଡିବାକୁ ରାଜି ହୋଇ ନଥିଲେ। ଶନିବାର ସଂଧ୍ୟା ୩ଟା ଯାଏଁ ନିଷ୍ପତ୍ତି ନେବାକୁ ମହିଳାଙ୍କୁ ସମୟ ଦିଆଯାଇଥିଲା।

ଦୁଇ ଦିନ ତଳର ଏହି ମାମଲା। ମେନପୁରୀ ଜିଲ୍ଲାର ଅନୋଚ୍ଛା ଗାଁ ବାସିନ୍ଦା ସ୍ୱାମୀ ଭାଗବତ କଥା ଶୁଣିବା ପାଇଁ ଯାଇଥିଲେ । ଗାଁର ଜଣେ ଯୁବକଙ୍କ ସୂଚନାରେ ସେ ହଠାତ ଘରେ ପହଞ୍ଚିଥିଲେ। ସେଠାରେ ସେ ନିଜ ସ୍ତ୍ରୀଙ୍କୁ ପ୍ରେମିକା ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଏହାପରେ ପୋଲିସ ଡକାଇଥିଲେ । ପୋଲିସ ତିନି ଜଣଙ୍କୁ ଥାନାକୁ ଆଣିଥିଲା। ପୋଲିସ ଜେରା ସମୟରେ ମହିଳା ଜଣଙ୍କ କହିଥିଲେ ୧୩ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା। ତାଙ୍କର ତିନୋଟି ପୁଅ ଏବଂ ଗୋଟିଏ ଝିଅ ଅଛି । ତେବେ ୧୩ ବର୍ଷରୁ ସେ ନିଜ ପ୍ରେମିକ ସହ ମଧ୍ୟ ଅଛନ୍ତି । ତିନି ମାସରୁ ମହିଳାଙ୍କ ପ୍ରେମିକ, ତାଙ୍କ ସହ ଘରେ ରହୁଥିଲେ । ଜମିବାଡି କାମରେ ସେ ସାହାଯ୍ୟ କରୁଥିଲେ । ତେବେ ଥାନାରେ ମହିଳା ନିଜ ସ୍ୱାମୀ ଏବଂ ପ୍ରେମିକ ଉଭୟଙ୍କ ସହ ରହିବାକୁ ଜିଦ୍ କରିଥିଲେ। ଅନ୍ୟପଟେ ଥାନା ଅଧିକାରୀ ସୁରେଶ ଶର୍ମା ସ୍ୱାମୀ ଏବଂ ପ୍ରେମିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଲାଗୁ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com