ଜାତୀୟ

ଅମିତ ଶାହଙ୍କ ଗସ୍ତ ପୂର୍ବରୁ ବୋର୍‌ସଦ୍‌ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଭୀଷଣ ସଂଘର୍ଷ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆନନ୍ଦ ଜିଲ୍ଲା ଗସ୍ତର କିଛି ସମୟ ପୂର୍ବରୁ ବୋର୍‌ସାଦ୍‌ସ୍ଥିତ ଏକ ହନୁମାନ ମନ୍ଦିର ନିକଟରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ସମ୍ପ୍ରଦାୟ ମଧ୍ୟରେ ଭୀଷଣ ସଂଘର୍ଷ ଲାଗିଥିଲା। ଉଭୟ ସମ୍ପ୍ରଦାୟ ପରସ୍ପର ଉପରକୁ ଟେକାପଥର ଫିଙ୍ଗିଥିଲେ। ଏଥିରେ ଜଣେ ପୁଲିସ କନେଷ୍ଟବଳଙ୍କ ସମେତ ସମୁଦାୟ ୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ‘ଡିଏସ୍‌ପି’ଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନ‌େ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୁଲିସ ୫୦ଟି ଲୁହବୁହା ସେଲ୍‌ ଛାଡ଼ିବା ସହିତ ୩୦ ରାଉଣ୍ଡ୍‌ ରବର ଗୁଳି ମାରିଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି, ଶନିବାର ରାତି ୯.୩୦ରେ ଗୋଟାଏ ସମ୍ପ୍ରଦାୟର ଲୋକେ ବିବାଦୀୟ ଜମିରେ ଇଟା ରଖୁଥିଲେ। ଅନ୍ୟ ସମ୍ପ୍ରଦାୟର କେତେକ ଲୋକେ ବିରୋଧ କରିବାରୁ ଉଭୟ ସମ୍ପ୍ରଦାୟ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ପରେ ବିବାଦ ତେଜିବାରୁ ଉଭୟ ସମ୍ପ୍ରଦାୟର ଲୋକେ ପରସ୍ପର ଉପରକୁ ଟେକାପଥର ଫିଙ୍ଗିଥିଲେ। ଘଟଣା ସଂକ୍ରାନ୍ତରେ ଅବଗତ ହେବା ପରେ ସ୍ଥାନୀୟ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶାନ୍ତି ବଜାୟ ରଖିବା ପାଇଁ ଉଭୟ ସମ୍ପ୍ରଦାୟକୁ କହିଥିଲେ ବୋଲି ସେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com