ଜାତୀୟ

କ୍ରିକେଟର ୱାଶିଂଟନଙ୍କ ଉପରେ ଚଢିଲା ‘ବିକ୍ରମ’ର କ୍ରେଜ୍‌, ଭିଡିଓ ଭାଇରାଲ୍

ମୁମ୍ବାଇ : ଅଭିନେତା କମଲ ହାସନ ଏବଂ ନିର୍ଦ୍ଦେଶକ ଲୋକେଶ କନକରାଜଙ୍କ ଫିଲ୍ମ ‘ବିକ୍ରମ’ ବକ୍ସ ଅଫିସରେ ଧମାଲ କରୁଛି। କହିବାକୁ ଗଲେ ଏହି ଫିଲ୍ମ ଦିନକରେ ରେକର୍ଡ ଭାଙ୍ଗିଛି । ସମସ୍ତଙ୍କ ଉପରେ କମଲ ହାସନଙ୍କ ଫିଲ୍ମ ବିକ୍ରମର କ୍ରେଜ୍ ଚଢିଛି । ତାଙ୍କ ଫ୍ୟାନ୍ସ ଫଲୋର୍ସଙ୍କ ବ୍ୟତୀତ କ୍ରିକେଟ୍ ସେଲିବ୍ରିଟିମାନଙ୍କ ଉପରେ ଏହାର ନିଶା ଘାରିଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଭାରତୀୟ କ୍ରିକେଟର ୱାଶିଂଟନ୍ ସୁନ୍ଦର ‘ବିକ୍ରମ’ଙ୍କ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ବର୍ତ୍ତମାନ ବ୍ଲକ୍ବଷ୍ଟର ଫିଲ୍ମ ‘ବିକ୍ରମ’ର ପପୁଲାର ଗୀତ’ ପଥଲା ପଥାଲା’ରେ ତାଙ୍କର ଏକ ଭିଡିଓ ପୋଷ୍ଟ କରିଛି । ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

 

View this post on Instagram

 

A post shared by Washington Sundar (@washisundar555)

ଇଣ୍ଡିଆର ଇଣ୍ଟରନ୍ୟାସନାଲ କ୍ରିକେଟର ୱାଶିଂଟନ୍ ହୋଇ ଥାଇପାରନ୍ତି କିନ୍ତୁ ସେ ଦେଶର ତାମିଲନାଡୁର ଅଟନ୍ତି । ନିକଟରେ ସେ ନିଜର ଏକ ଭିଡିଓ ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଷ୍ଟାଇଲ୍‌ରେ ଧୁଆଁଧାର ଡ୍ୟାନ୍ସ କରିଛନ୍ତି । ତାହା ପୁଣି ବିକ୍ରମଙ୍କ ଗୀତ ପଥାଲା ପଥାଲା ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଡ୍ୟାନ୍ସ ଆଦୁନୁମୁ ସୋନିୟମ୍ ଅର୍ଥାତ୍ ତୁମେ ମୋ ଡ୍ୟାନ୍ସ କରୁଥିବାର ଦେଖିବାକୁ ଚାହୁଁଛ କି? ।

କ୍ରିକେଟରଙ୍କ ଡ୍ୟାନ୍ସ କ୍ଲିପ୍ ଇନଷ୍ଟାଗ୍ରାମରେ ଭାଇରାଲ୍ ହେବାରେ ଲାଗିଛି । ତାଙ୍କ ଭିଡିଓରେ ଖୁବ୍ ଲାଇକ୍ କମେଣ୍ଟ କରୁଛନ୍ତି । କେବଳ ଏତିକି ହିଁ ନୁହେଁ ସମସ୍ତେ ତାଙ୍କ ଷ୍ଟାଇଲିକୁ ମଧ୍ୟ ପ୍ରଶଂସା କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com