ଜାତୀୟ
ଡ୍ରଗ୍ସ ମାମଲାରେ ସିଦ୍ଧାନ୍ତଙ୍କ ନାମ ଆସିବା ପରେ ବାପା ଶକ୍ତି କପୁରଙ୍କ ରିଆକ୍ସନ, କହିଲେ-ମୁଁ କେବଳ ଗୋଟିଏ କଥା କହିବି….

ମୁମ୍ବାଇ : ବଲିଉଡ ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର ଡ୍ରଗ୍ସ ମାମଲାର ଏକ ଅଂଶ ପାଲଟିଛନ୍ତି। ନିଶା ସେବନ ପାଇଁ ସିଦ୍ଧାନ୍ତଙ୍କୁ ପୋଲିସ୍ ଗିରଫ କରିଛି। ବେଙ୍ଗାଲୁରୁ ପୋଲିସ ରବିବାର ଦିନ ହଠାତ୍ ଏକ ପାଞ୍ଚ ତାରକା ହୋଟେଲ ଉପରେ ଚଢାଉ କରିଥିଲା। ଯେଉଁଥିରେ ସିଦ୍ଧାର୍ଥଙ୍କୁ ଗିରଫ କରାଯାଇଥିଲା। ଯାହା ପରେ ସିଦ୍ଧାନ୍ତଙ୍କ ଡ୍ରଗ୍ସ ଟେଷ୍ଟ ନିଆଯାଇଥିଲା ଫଳରେ ତାହା ପଜିଟିଭ୍ ଆସିଥିଲା। ସିଦ୍ଧାନ୍ତଙ୍କ ନାମ ସେହି ୬ଜଣଙ୍କ ମଧ୍ୟରେ ସାମିଲ୍ ହୋଇଛି। ଡ୍ରଗ୍ସ ମାମଲାରେ ସିଦ୍ଧାନ୍ତଙ୍କ ନାମ ଆସିବା ପରେ ଶକ୍ତି କପୁର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।





