ଜାତୀୟରାଜନୀତି

ଭଉଣୀଙ୍କ ସହ ଇଡି ଅଫିସ ଅଭିମୁଖେ ବାହାରିଲେ ରାହୁଲ, କମ୍ପୁଛି ପରିବେଶ

ନୂଆଦିଲ୍ଲୀ: ବହୁ ସଜବାଜ ଓ ସମର୍ଥକଙ୍କ ଗହଣରେ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧି ଇଡି ଅଫିସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ରାହୁଲ ଗାନ୍ଧିଙ୍କୁ ଇଡିର ସମନ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଆଜି ରାହୁଲ ଗାନ୍ଧିଙ୍କ ସମର୍ଥନରେ କଂଗ୍ରେସ ନେତାମାନେ ଏକାଠି ହେବା ସହ ଇଡି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ପ୍ରଥମେ ରାହୁଲ ଗାନ୍ଧି ଦିଲ୍ଲୀର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଅପେକ୍ଷା କରିଥିବା ବରିଷ୍ଠ ନେତମାନଙ୍କ ସହ ଭେଟ ହୋଇଥିଲା। ରାହୁଲ ଗାନ୍ଧିଙ୍କୁ ସମନ ନେଇ ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଦଳର ବରିଷ୍ଠ ନେତା ଦିଗବିଜୟ ସିଂହ, ପି.ଚିଦାମ୍ବର, ଜୟରାମ ରମେଶ, ସଚ୍ଚିନ ପାଇଲଟ, ମୁକୁଲ ୱାସନିକ୍‌ , ଗୌରବ ଗୋଗୋଇ  ଏବଂ ରାଜୀବ ଶୁକ୍ଲା ପହଞ୍ଚିଛନ୍ତି।

ଏହା ପୂର୍ବରୁ କଂଗ୍ରେସ କର୍ମୀମାନେ ନାରାବାଜି କରିବା ସହ ବିରୋଧ ପ୍ରଦର୍ଶନ କରିବାରୁ ସେମାନଙ୍କୁ ଅଟକ ରଖାଯାଇଛି। ସେମାନଙ୍କୁ ଏକ ଭ୍ୟାନରେ ଭର୍ତ୍ତି କରି ପୁଲିସ ନେଇଯାଇଛି। ଅନ୍ୟପଟେ ପରିସ୍ଥତିକୁ ଦୃଷ୍ଟିରେ ରଖି ପୁଲିସ ଇଡି କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି  କରିଛି । ଗତକାଲି ରାତିରେ ଇଡି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାରଣ କରାଯାଇଥିଲା। ଏହା ସତ୍ତ୍ୱେ ଦଳ ପକ୍ଷରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଦଳ ଚେତାବନୀ ଦେଇଛି।  ବିରୋଧଙ୍କ ମୁହଁ ଚୁପ ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏବଂ ଗୃହମନ୍ତ୍ରୀ ଅମତ ଶାହ ଇଡିର ବ୍ୟବହାର କରୁଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି।

କଂଗ୍ରେସ ନେତାମାନେ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା। ବିଜେପିର ଏହା ଅଭିସଦ୍ଧିମୂଳକ ରାଜନୀତି ବୋଲି ଦଳ କହିଛି। ଏହି ମାମଲାରେ ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ଇଡି ପକ୍ଷରୁ ନୋଟିସ୍‌ ହୋଇଥିଲା।  କିନ୍ତୁ ସେ କୋଭିଡ୍ ପଜିଟିଭରେ ଆକ୍ରାନ୍ତ ହୋଇଥିବାରୁ ହସପିଟଲରେ ଚିକିତ୍ସାଧୀନ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com