ମୁମ୍ୱାଇ : ହିନ୍ଦି ଚଳଚ୍ଚିତ୍ର ଜଗତର ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। କେତେବେଳେ ଐଶ୍ୱର୍ଯ୍ୟାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ଭାଇରାଲ୍ ହୁଏ ତ ଆଉ କେବେ ତାଙ୍କ ବୟାନକୁ ନେଇ ସେ ଚର୍ଚ୍ଚାରେ ରହନ୍ତି। କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ନିଜର ସୁନ୍ଦରତା ଓ ଦକ୍ଷତାକୁ ନେଇ ସମସ୍ତଙ୍କ ହୃଦୟ ଜିତିଥିବା ଐଶ୍ୱର୍ଯ୍ୟାଙ୍କୁ ଦର୍ଶକମାନେ ପୁଣି ଥରେ ବଡ଼ ପରଦାରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି। ଏହା ମଧ୍ୟରେ ଖବର ଆସୁଛିଯେ ଆରଆରଆର ଓ ବାହୁବଳୀ ସିନେମାର ନିର୍ଦ୍ଦେଶକ ଏସ ଏସ ରାଜମୌଲିଙ୍କ ଆଗାମି ସିନେମାରେ ଏଶ୍ୱର୍ଯ୍ୟା ଅଭିନୟ କରିପାରନ୍ତି।
ବଲିଉଡର ଜଣାଶୁଣା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜମୌଲିଙ୍କ ଫିଲ୍ମରେ କାମ କରିପାରନ୍ତି। ଏସଏସ ରାଜମୌଲି ଆରଆରଆର, ବାହୁବଳୀ ଭଳି ଅନେକ ବ୍ଲକବଷ୍ଟର ସିନେମା ଦର୍ଶକମାନଙ୍କୁ ଭେଟି ଦେଇଛନ୍ତି। ରାଜମୌଲି ବହୁତ ଶୀଘ୍ର ଐଶ୍ୱର୍ଯ୍ୟାଙ୍କୁ ନେଇ ଏକ ସିନେମା ତିଆରି କରିବେ ବୋଲି ଚର୍ଚ୍ଚା ହେଉଛି। ଏହି ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କ ପ୍ରଶଂସକ ବହୁତ ଖୁସି ଅଛନ୍ତି। ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକ ତାଙ୍କୁ ରାଜମୌଲିଙ୍କ ଚଳଚ୍ଚିତ୍ରରେ ଦେଖିବା ପାଇଁ ବହୁତ ଉତ୍ସୁକତାର ସହ ଚାହିଁ ରହିଛନ୍ତି।
ଐଶ୍ୱର୍ଯ୍ୟା ରାୟଙ୍କୁ ଦର୍ଶକମାନେ ଖୁବଶୀଘ୍ର ‘ପୋନ୍ନିୟିନ ସେଲବନ’ ସିନେମାରେ ଦେଖିବାକୁ ପାଇବେ।ଏହି ଚଳଚ୍ଚିତ୍ର ଦୁଇଟି ପାର୍ଟରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ମନ୍ଦାକିନି ଓ ନନ୍ଦିନୀ ଭୂମିକାର ଡବଲ୍ ରୋଲ୍ କରିବେ। ଏହି ଫିଲ୍ମକୁ ନେଇ ଐଶ୍ୱର୍ଯ୍ୟା କହିଛନ୍ତି ‘’ମୁଁ ମଣିରତ୍ନମ ସାର୍ଙ୍କର ଫିଲ୍ମରେ କାମ କରିବା ପାଇଁ ବହୁତ ସାହସ ଏକ୍ସାଇଟେଡ ଅଛି କିନ୍ତୁ ଏହା ଦ୍ୱାରା ମୋର ଧ୍ୟାନ ମୋର ପରିବାର ଓ ଆରାଧ୍ୟା ଉପରୁ ହଟିବ ନାହିଁ। ମୋର ପରିବାର ଓ ଝିଅ ଏବେ ମଧ୍ୟ ମୋର ପ୍ରଥମ ପ୍ରାଥମିକତା। ଏହା ପରେ ଐଶ୍ୱର୍ଯ୍ୟା ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ର ଥଲାଇବାର ୧୬୯ରେ ନଜର ଆସିବେ।
Back to top button