ଓଡ଼ିଶା

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ

ଭୁବନେଶ୍ବର: ଆଜି ହେଉଛି ଓଡ଼ିଶାର ଗଣପର୍ବ ପହିଲି ରଜ । ଗାଁ ଠାରୁ ସହର ଉତ୍ସବ ମୁଖର । ଘରେ ଘରେ ପିଠା ପଣାର ମହକ । ଆଜି ଝିଅ ମାନେ ଦୋଳି ଖେଳିବେ, ପିଠା ପଣା, ମିଠାପାନ ଖାଇ ମଉଜ କରିବେ । ସମେସ୍ତ ନୂଆ ଡ୍ରେସ ପିନ୍ଧି ସଜବାଜ ହେଇ, ରଜ ଗୀତ ଗାଇ ଦୋଳି ଖେଳି ଧୁମ ଧାମରେ ପାଳନ କରିଥାନ୍ତି । ଆଜି ଠାରୁ ୩ ଦିନ ଧରି ରାଜ୍ୟ ବାସୀ ପାଳିବେ ରଜପର୍ବ । ୨ ବର୍ଷ ପରେ କୋଭିଡ କଟକଣା ହଟିଥିବାରୁ ପୁରପଲ୍ଲୀରେ ଉତ୍ସାହର ଲହରି ଭରି ରହିଛି । ରଜଦୋଳି ସହିତ ପୋଡପିଠାର ମହକରେ ପୂରି ଉଠୁଛି ପଲ୍ଲୀଠୁ ସହର ।

ଓଡ଼ିଆ ଘରର ବଡ଼ ପର୍ବ ହେଉଛି ରଜ । ରଜବତୀ ହୁଅନ୍ତି ମାଟି ମାଆ । କୁହାଯାଏ ରଜ ହେଉଛି କୁଆଁରି ଝିଅ ମାନଙ୍କ ପର୍ବ । ଝିଅ ମାନଙ୍କୁ ସବୁ କାମ କରିବାକୁ ମନା ଓ ଖାଲି ପାଦରେ ଚାଲିବା ମନା । କେବଳ ଝିଅମାନେ ନୁହଁନ୍ତି, ରଜ ତିନି ଦିନ ଯାକ ସମସ୍ତେ ମଉଜରେ ମାତିଥାନ୍ତି । ତାସ୍,ପଶା ଓ ବାଗୁଡ଼ି ଖେଳର ଆସର ମଧ୍ୟ ଜମିଥାଏ ।

ପବିତ୍ର ପହିଲି ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ,ଉତ୍ସାହ ଓ ଉଲ୍ଲାସ ଭରିଦେଉ ବୋଲି କହିଛନ୍ତି । ଆହୁରି ମଧ୍ୟ ସେ ସମସ୍ତଙ୍କ ଜୀବନ ସୁଖ ଓ ମଙ୍ଗଳମୟ ପାଇଁ କାମନା କରିନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com