ଓଡ଼ିଶା

ହରିଶଙ୍କର ପୀଠରେ ୨ ଗୋଷ୍ଠୀ ମଧ୍ୟରେ ଲାଠିମାଡ, ୬ ଜଣଙ୍କୁ ଗିରଫ କଲା ପୋଲିସ

ପାଟଣାଗଡ: ବଲାଙ୍ଗିର ହରିଶଙ୍କରେ ଶୈବପୀଠରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୂଳକାଣ୍ଡ । ଲାଠି ମାଡରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଜଣଙ୍କୁ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିବା ବେଳେ ଅନ୍ୟ ଜଣେ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖପ୍ରାଖୋଲ ଥାନା ପୋଲିସ ଦୁଇ ଗୋଷ୍ଠୀରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ପ୍ରସିଦ୍ଧ ହରିଶଙ୍କର ପୀଠର ପାପନାସିନୀ ଝରଣାରେ କିଛି ଅସାମାଜିକ ପର୍ଯ୍ୟଟକ ଗାଧୋଇବା ସମୟରେ ସେଠାରେ ବସି ମଦ ପିଉଥିଲେ । ମନ୍ଦିର କମିଟି ବାରଣ କରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏତେ ତୀବ୍ର ରୂପ ନେଇଥିଲା ଯେ ଉଭୟଙ୍କ ମଧ୍ୟରେ ଲାଠିମାଡ ହୋଇଥିଲା । ହରିଶଙ୍କ ପୀଠରେ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ପାପନାସିନୀ ଝରଣାରେ ମହିଳା ଏବଂ ପୁରୁଷ ପୋଲିସ ସୁରକ୍ଷା ପାଇଁ ରଖାଯାଏ । କିନ୍ତୁ ସେହି ସମୟରେ ପୋଲିସ ଉପସ୍ଥିତି ନଥିଲେ । ପୋଲିସ ଉପସ୍ଥିତି ଥିଲେ ଏପରି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନଥାନ୍ତି । ପରେ ଦୁଇ ଗୋଷ୍ଠୀ ପକ୍ଷରୁ ଖପ୍ରାଖୋଲ ଥାନାରେ ଲିଖିତି ଅଭିଯୋଗ ହୋଇଥିଲା । ଖପ୍ରାଖୋଲ ପୋଲିସ ତଦନ୍ତ କରି ଉଭୟ ପକ୍ଷର ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com