Breaking NewsFeaturedଓଡ଼ିଶା

ହାଣ୍ଡିଶାଳରୁ ହୋଟେଲ ମେନୁ୍ୟ ଟେନସନ ଦେଉଛି ମହଙ୍ଗା ପିଆଜ, ରସୁଣ, ଅଦା

ପିଆଜ ଦରରେ ଲାଗିଛି ନିଆଁ । ସାରା ଦେଶରେ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ପିଆଜ ଦର । ଦର ଏମିତି ହେଲାଣି ଯେ ମାସକ ମଧ୍ୟରେ ଡବଲ ହୋଇଯାଇଛି । ଫଳରେ ଘର ହାଣ୍ଡିଶାଳଠାରୁ ଆରମ୍ଭ କରି ହୋଟେଲର ମେନୁ ପିଆଜ ପାଇଁ ସବୁ ପ୍ରଭାବିତ ହୋଇଛି । ମାସକ ଆଗରୁ ପିଆଜ କିଲୋ ୨୫ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ଡବଲ ହୋଇଯାଇଛି । ବର୍ତ୍ତମାନ ଖୁଚୁରା ବଜାରରେ ପିଆଜର ଦର ୬୦ରୁ ୭୦ ଟଙ୍କାରେ ବିକ୍ରି କରାଯାଉଛି । କାର୍ତ୍ତିକ ମାସ ଯୋଗୁ ଅନେକ ଲୋକ ପିଆଜ ଖାଇବା ଛାଡିଥିବା ବେଳେ ପିଆଜର ଦର ବୃଦ୍ଧି ଅନେକଙ୍କୁ ବାଧିଛି । କେବଳ ପିଆଜ ନୁହେଁ ଅଦା ଏବଂ ରସୁଣର ଦର ବୃଦ୍ଧି ମଧ୍ୟ ଖାଉଟିଙ୍କ ଚିନ୍ତା ବଢାଇଦେଇଛି । କିଲୋ ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି ରସୁଣ ଏବଂ ଅଦା ।

ସେପଟେ ପିଆଜ ଦରକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । କମ ଦରରେ ରାଜନେତା ମାନେ ପିଆଜ ବିକ୍ରି କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ନାଫେଡ ଜରିଆରେ ସାରା ଦେଶରେ ପିଆଜ ବିକ୍ରି କରାଯାଉଛି । କେଜି ପ୍ରତି ୨୫ ଟଙ୍କାରେ ଲୋକଙ୍କ ପାଖରେ ପିଆଜ ପହଞ୍ଚାଉଛି ନାଫେଡ । ଭୁବନେଶ୍ୱରରେ ସହିଦନଗର, ରସୁଲଗଡ ଓ ସତ୍ୟନଗରରେ ଏହି କାଉଣ୍ଟର ଖୋଲା ଯାଇଛି। ତେବେ ଖୁଚୁରା ବଜାରରେ ଏହାର ପ୍ରଭାବ ଏଯାଏଁ ଦେଖିବାକୁ ମିଳିନାହିଁ । ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ସହରରେ ଦର କମିବ ବୋଲି ଆଶା କରାଯାଉଛି । ବ୍ୟବସାୟୀ ମନାନେ କହିଛନ୍ତି ଯେ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ପାଇକାରୀ ଦର ହ୍ରାସ ପାଇଛି । ଖାଲି ସେତିକି ନୁହେଁ ମଣ୍ଡିରେ ମଧ୍ୟ ନୂଆ ଫସଲ ଆସିବା ଆରମ୍ଭ ହୋଇଛି ।

ତେବେ ସରକାର ୨୫ ପିଆଜ ଯୋଗାଇ ଦେଉଥିବା ବେଳେ ଏହା ସମସ୍ତଙ୍କ ପାଖରେ ପହଞ୍ଚି ପାରୁନି । ଖାଉଟିଙ୍କ ଅପେକ୍ଷା କେବେ ପିଆଜ ଦର ଖସିବ, ଆଉ ସେମାନେ ହାତଖୋଲି ପିଆଜ କିଣି ଘରକୁ ନେଇପାରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com