Breaking NewsFeaturedରାଜନୀତି

ତେଜିଲା ରାମମନ୍ଦିର ରାଜନୀତି; ନଗଲେ ହିନ୍ଦୁ ବିରୋଧୀ ନୁହଁ: କଂଗ୍ରେସ ନେତା ଶଶୀ ଥରୁର୍

ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ। ଆଉ ଜୋର୍‌ ଧରୁଛି ରାଜନୀତି। କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ କି ନାହିଁ ସେନେଇ ଆଲୋଚନା ଜୋରଦାର ହେଉଛି । କଂଗ୍ରେସର ଅଧିକାଂଶ ନେତା ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ଏବେ ଦ୍ୱନ୍ଦ୍ୱରେ ରହିଛନ୍ତି। କଂଗ୍ରେସ ନେତା ସୋନିଆ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ ଏବଂ ଅଧୀର ରଂଜନ ମଧ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପାଇଛନ୍ତି ।

ବର୍ତ୍ତମାନ ସାଂସଦ ଶଶୀ ଥରୁର ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ମନ୍ଦିର ଏକ ରାଜନୈତିକ ପ୍ଲାଟଫର୍ମ ନୁହେଁ, ମନ୍ଦିର ପ୍ରାର୍ଥନାର ସ୍ଥାନ। ମନ୍ଦିରକୁ ଯିବା କିମ୍ବା ନଯିବା ତାର ବ୍ୟକ୍ତିଗତ ନିଷ୍ପତ୍ତି । ସେ କହିଛନ୍ତି ଯେ ଯେଉଁମାନେ ନିମନ୍ତ୍ରଣ ପାଇଛନ୍ତି ସେମାନେ ଯିବେ କି ନାହିଁ ତାହା ସ୍ଥିର କରିବେ । ଯଦି ମନ୍ଦିର ଘଟଣାକୁ ରାଜନୀତିକରଣ କରାଯାଏ ତେବେ ମନ୍ଦିରକୁ ଯିବା ଅନୁଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିନାହିଁ । ତେଣୁ ତାଙ୍କୁ କୌଣସି ନିଷ୍ପତ୍ତି ନେବାକୁ ପଡ଼ିବ ନାହିଁ ।

ଶଶି ଥରୁର ଆହୁରି କହିଛନ୍ତି ଯେ, ତିନି ରୁ ଚାରି ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଛି । ତେବେ କଂଗ୍ରେସ ଦଳର ବିଚାରଧାରା ସିପିଆଇଏମ ଠାରୁ ଭିନ୍ନ । ଆମେ ନା ସିପିଆଇଏମ୍ ଭଳି ନାସ୍ତିକ ନା ଆମେ ବିଜେପିର ହିନ୍ଦୁତ୍ୱ ସହିତ ସହମତ । ଆମେ ଲୋକଙ୍କ ବ୍ୟକ୍ତିଗତ ବିଶ୍ୱାସକୁ ସମ୍ମାନ କରୁ । ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବେ କି ନାହିଁ ସେନେଇ କଂଗ୍ରେସ ଉପରେ ହୋଇଥିବା ଚାପକୁ ନେଇ ଶଶି ଥରୁର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କଂଗ୍ରେସ ନେତୃତ୍ୱକୁ କାଠ ଗଡାରେ ରଖି କୁହାଯାଉଛି ଯେ ଯଦି ଆପଣ ଏହି କାର୍ଯ୍ୟକ୍ରମରେ ଯାଆନ୍ତି ତେବେ ଏହାର ଅର୍ଥ ଆପଣ ବିଜେପି ହାତରେ ଅଛନ୍ତି, ଯଦି ଆପଣ ନ ଯାଆନ୍ତି ଏହାର ଅର୍ଥ ଆପଣ ହିନ୍ଦୁ ବିରୋଧୀ। ଯେଉଁମାନେ ନିମନ୍ତ୍ରଣ ଗ୍ରହଣ କରିଛନ୍ତି ସେମାନେ ଉପଯୁକ୍ତ ବିକଳ୍ପ ବାଛନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com