Featuredଜାତୀୟ

ୟୁଟ୍ୟୁବ୍ ଚ୍ୟାନେଲ ଉପରେ କଡା କାର୍ଯ୍ୟାନୁଷ୍ଠାନ

ୟୁଟ୍ରୁବ୍ ଚ୍ୟାନେଲ ମାଧ୍ୟମରେ ରୋଜଗାର ବଢାଇବା ଓ ଅଧିକ ଲୋକଙ୍କ ପାଖରେ ପହଂଚିବା ଲକ୍ଷ୍ୟରେ କିଛି ଚ୍ୟାନେଲ ତରଫରୁ ମିଥ୍ୟା ଖବର ଓ ଦ୍ୱିଅର୍ଥବୋଧକ ଥମ୍ବନେଲ ବ୍ୟବହାର ବହୁଳମାତ୍ରାରେ ବୃଦ୍ଧି ପାଇଛି । ଏହାକୁ କେନ୍ଦ୍ର ସରକାର ଏକ ଗମ୍ଭୀର ପ୍ରସଙ୍ଗ ବୋଲି ବିବେଚନା କରି ଏଭଳି କିଛି ୟୁଟ୍ୟୁବ୍ ଚ୍ୟାନେଲ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହା ପୂର୍ବରୁ ମଧ୍ୟ ସମାନ ମାମଲାରେ ଅନେକ ୟୁଟ୍ୟୁବ୍ ଚ୍ୟାନେଲ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଥିଲେ । ଗତ ୧ବର୍ଷ ଅର୍ଥାତ ଡିସେମ୍ବର ୨୦୨୨ ରୁ ଏପର୍ଯ୍ୟନ୍ତ ପିଆଇବି ତରଫରୁ ୨୬ ଟି ୟୁଟ୍ୟୁବ୍ ଚ୍ୟାନେଲର ପର୍ଦ୍ଦାଫାସ କରିଥିଲେ । ଯେଉଁ ଚ୍ୟାନେଲମାନେ ନିୟମିତ ଭାବେ ଭୂଲ ଖବର ପ୍ରସାରଣ କରୁଥିଲେ ।

ଏହାପରେ ଏବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଯ୍ୟୁକ୍ତି ନିୟମ ୨୦ କ୍ରମରେ ୧୨୦ ରୁ ଅଧିକ ୟୁଟ୍ୟୁବ୍ ଚ୍ୟାନେଲ ବନ୍ଦ କରିଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com