Breaking NewsFeaturedଅନ୍ତର୍ଜାତୀୟଐତିହ୍ୟ ଓ ସଂସ୍କୃତିଓଡ଼ିଶା

ବିଦେଶରେ ଝଲସିବ ଓଡ଼ିଶାର ଐତିହାସିକ ବାଲିଯାତ୍ରା

ଅନ୍ତର୍ଜାତୀୟ ସ୍ତରରେ ଚମକିବ ଓଡ଼ିଶାର ଭାଷା, ସଂସ୍କୃତି ଓ ଐତିହ୍ୟ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଏଥର ବାଲିଯାତ୍ରା ଅନ୍ତର୍ଜାତୀୟସ୍ତରରେ ହେବ। କେବଳ ଓଡ଼ିଶା ଭିତରେ ସୀମିତ ରହିବ ନାହିଁ। ଆଗାମୀ ଅଗଷ୍ଟ ମାସରେ ଇଣ୍ଡୋନେସିଆର ବାଲିଠାରେ ହେବ ବାଲିଯାତ୍ରା। ଏହା ପୂର୍ବରୁ ହେବ ପ୍ରାକ୍‌ ପ୍ରସ୍ତୁତି ପୂର୍ବକ ସାଂସ୍କୃତିକ କାର୍ଯ୍ୟକ୍ରମ। ଜୁନ୍ ପହିଲାରୁ ୬ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ- ବାଲିର କରଙ୍ଗାସାମ ସ୍ଥିତ ସମସାରା ଲିଭିଂ ମ୍ୟୁଜିଅମ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।  ଏହା ଅଗଷ୍ଟ ମାସରେ ହେବାକୁ ଥିବା ବାଲିଯାତ୍ରା ପାଇଁ ବେଶ୍‌ ସୁହାଇବ।

Balijatra Cuttack Odisha

ଇଣ୍ଡୋନେସିଆରେ ବାଲିଯାତ୍ରା ହେଲେ ଏହା ଏକ ଐତିହାସିକ କୀର୍ତ୍ତି ପାଲଟିବ। ଓଡ଼ିଶାର ସଂସ୍କୃତି-ପର୍ଯ୍ୟଟନ ଓ ବାଲି ମଧ୍ୟରେ ଥିବା ସମ୍ପର୍କକୁ ବେଶ୍ ସୁଦୃଢ କରିବ । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ପାଖାପାଖି ୧୦ଜଣିଆ କଲଚରାଲ ଟିମ୍ ଭାଗ ନେବେ ବୋଲି କଳିଙ୍ଗ ଇଣ୍ଟର ନ୍ୟାସନାଲ ୟୁଥ୍ ଫାଉଣ୍ଡେସନର ଚେୟାରପର୍ସନ ବିଭୁ ପ୍ରସାଦ ସ୍ବାଇଁ କହିଛନ୍ତି। ଓଡ଼ିଆ ଭାଷା, ସଂସ୍କୃତି ଓ ପର୍ଯ୍ୟଟନକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ କରିବା ପାଇଁ ମଧ୍ୟ ଏକ ଉତ୍ତମ ମାଧ୍ୟମ ମିଳିବ। ବିଦେଶରେ ବାଲିଯାତ୍ରା ଖବର ପାଇବା ପରେ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି।

Balijatra at Bali- Indonesia

 

Related Articles

Back to top button
WP Twitter Auto Publish Powered By : XYZScripts.com