Breaking NewsFeaturedଜାତୀୟମନୋରଞ୍ଜନ

ଦୁଇ ଦଶନ୍ଧି ପରେ ହଲରେ ପୁଣି ଧମାକା କରୁଛି ଗଦର, ୧୧ରେ ରିଲିଜ ହେବ ଗଦର-୨

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଦୁଇ ଦଶନ୍ଧି ତଳେ ରିଲିଜ ହୋଇଥିବା ବ୍ଲକବଷ୍ଟର୍ ଫିଲ୍ମ ଗଦର ଏବେ ଦର୍ଶକଙ୍କୁ ପୁଣି ମନୋରଞ୍ଜନ କରିବାକୁ ହଲକୁ ଆସିଯାଇଛି । ଶୁକ୍ରବାର ପୁନଃ ରିଲିଜ ହୋଇଛି ଗଦର । ତେବେ ଆସନ୍ତା ଅଗଷ୍ଟ ୧୧ରେ ରିଲଜ ହେବାକୁ ଯାଉଛି ଗଦ୍ଦର-୨ । ଦୀର୍ଘ ୨୨ ବର୍ଷ ପରେ ଗଦରର ସିକ୍ୱିଏଲ୍ ଆସିବାକୁ ଯାଉଛି ।

୨୦୦୧ ରେ ରିଲିଜ ହୋଇଥିବା ଗଦର ସେତେବେଳେ ବକ୍ସ ଅଫିସ୍‌ରେ ଧମାଲ କରିଥିଲା । ତେବେ ଏହାର ପାର୍ଟ ୨ କୁ ଦର୍ଶକଙ୍କ ପାଖରେ ପହଞ୍ଚାଇବା ସହ ପାର୍ଟ ୧ ଏବଂ ପାର୍ଟ ୨ କୁ ଲୋକଙ୍କ ମନରେ ସହଜରେ ଯୋଡ଼ିବା ପାଇଁ ଫିଲ୍ମ ନିର୍ମାତା ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ଖାଲି ସେତିକି ନୁହେଁ, ଗଦର ଫିଲ୍ମକୁ ନେଇ ଏକ ଲୋଭନୀୟ ଅଫର ମଧ୍ୟ ରଖିଛନ୍ତି । ଯଦି ଆପଣ ଗୋଟିଏ, ଟିକେଟ୍ କିଣୁଛନ୍ତି ତେବେ ଆପଣଙ୍କୁ ଆଉ ଏକ ଟିକେଟ୍ ଫ୍ରି ମିଳିବ । ଆଉ ଟିକେଟ୍‌ର ମୂଲ୍ୟ ୧୫୦ ରହିବ । ତେବେ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଆକର୍ଷିତ କରିବା ସହ ବର୍ତ୍ତମାନର ଯୁବପିଢିଙ୍କୁ ପୁରୁଣା ଗଦର ସମ୍ପର୍କରେ ଧାରଣା ଦେବା ପାଇଁ ନିର୍ମାତା ଏହି ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ସେପଟେ ଶୁକ୍ରବାର ଅମିଷା ପଟେଲଙ୍କ ଜନ୍ମ ଦିନରେ ତାଙ୍କର ଏହି ବ୍ଲକବଷ୍ଟର ଫିଲ୍ମର ପୁନଃ ରିଲିଜ ହୋଇଛି । ଦେଖିବା ବାକି ରହିଲା ଗଦର ସମେତ ଗଦର-୨ ଏବେ କେତେ ସଫଳତା ଆଣି ଦେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com