Featuredମନୋରଞ୍ଜନ

ରେକର୍ଡ଼ କଲା ହଲିଉଡ ଫିଲ୍ମ ‘ଅବତାର ୨’, ଅଧିକ ରୋଜଗାର କରିଥିବା ଟପ-୪ ଫିଲ୍ମ ତାଲିକାରେ ହେଲା ସାମିଲ

ଭୁବନେଶ୍ୱର: ହଲିଉଡ ଚଳଚ୍ଚିତ୍ର ‘ଅବତାର ଦି ୱେ ଅଫ ୱାଟର’ର ରିଲିଜ୍ ହେବାର ପ୍ରାୟ ୪୦ ଦିନ ପରେ ମଧ୍ୟ ‘ଅବତାର ୨’ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଯେଉଁଥିପାଇଁ ”ଅବତାର ଦି ୱେ ଅଫ ୱାଟର’ ସଂଗ୍ରହ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ଖବର ଆସୁଛି ଯେ ହଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଜେମ୍ସ କ୍ୟାମେରନଙ୍କ ”ଅବତାର ଦି ୱେ ଅଫ ୱାଟର’ ଦୁନିଆର ୪ ଟି ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ତାଲିକାରେ ସାମିଲ ହୋଇଛି।

ଇଂରାଜୀ ୱେବସାଇଟ୍ ଭେରାଇଟିର ଖବର ଅନୁଯାୟୀ ‘ଅବତାର ଦି ୱାଟର ୱାର’ ବର୍ତ୍ତମାନ ଦୁନିଆର ସର୍ବାଧିକ ସଂଗ୍ରହକାରୀ ଚଳଚ୍ଚିତ୍ରର କ୍ଲବରେ ପ୍ରବେଶ କରିଛି। ଏହାର ଚମତ୍କାର ପ୍ରଦର୍ଶନ ହେତୁ ‘ଅବତାର ୨’ ହଲିଉଡର ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଷ୍ଟାର୍ ୱାର୍ସ ଏପିସୋଡ୍ ୭ ‘କୁ ପଛରେ ପକେଇଦେଇଛି। ”ଅବତାର ଦି ୱେ ଅଫ ୱାଟର’ ବର୍ତ୍ତମାନ ସୁଦ୍ଧା ୨.୦୭୫ ବିଲିୟନ ଡ଼ଲାର ଆୟ କରିଛି। ଷ୍ଟାର୍ ୱାର୍ସ ଏପିସୋଡ୍ ୭ ର ସମୁଦାୟ ସଂଗ୍ରହ ୨ .୦୬୪ ବିଲିୟନ କୋଟି ଥିଲା।

ହଲିଉଡ ଫିଲ୍ମ ‘ଅବତାର ପାର୍ଟ ୱାନ -୧ , ୨.୯୨ ବିଲିୟନ, ଆଭେଞ୍ଜର୍ସ ଏଣ୍ଡଗେମ- ୨ .୭୯ ବିଲିୟନ, ଟାଇଟାନିକ- ୨.୧୯ ବିଲିୟନ’ ଅନ୍ତର୍ଭୁକ୍ତ।

 

Related Articles

Back to top button
WP Twitter Auto Publish Powered By : XYZScripts.com