ଜାତୀୟମନୋରଞ୍ଜନ

ତାଜ୍‌ ପ୍ୟାଲେସ୍‌ରେ ହେବନି ରଣବୀର-ଆଲିଆଙ୍କ ଗ୍ରାଣ୍ଡ ରିସେପସନ୍‌, ବଦଳିଲା ଭେନ୍ୟୁ

ନୂଆଦିଲ୍ଳୀ() ରଣବୀର କପୁର ଓ ଆଲିଆ ଭଟ୍ଟ ମୋଷ୍ଟ ଆଡରବଲ୍‌ କପୁଲ୍‌ ଙ୍କ ମଧ୍ୟରୁ ଜଣେ। ଦୁହିଁଙ୍କ ବିବାହକୁ ନେଇ ବି-ଟାଉନ୍‌ରେ ଖୁବ୍‌ ଚର୍ଚ୍ଚା । ଧୁମ୍‌ଧାମରେ ସରିଛି ଲଭବାର୍ଡଙ୍କ ବିବାହର । ପରିବାର ଲୋକ କିଛି ଘନିଷ୍ଠ ବନ୍ଧୁଙ୍କ ଗହଣରେ ସାତ ଜନ୍ମର ସାଥି ହୋଇଛନ୍ତି ରଣଲିଆ। ଫ୍ୟାନ୍ସ ଓ ସେଲିବ୍ରେଟି ଏହି କ୍ୟୁଟ୍ କପଲ୍‌କୁ ଶୁଭକାମନା ଜଣାଇଛନ୍ତି।  ଉଭୟେ ବର କନ୍ୟା ବେଶରେ ପରଫେକ୍ଟ ଲାଗୁଥିବାର ନଜର ଆସିଛନ୍ତି । ଏହି ଯୋଡ଼ିକୁ ଯେତେ ବି ତାରିଫ୍ କଲେ ସେତେ କମ୍ ହେବ। ବିବାହ ପରେ ଆଲିଆ ଭଟ୍ଟ ରଣବୀର କପୁରଙ୍କ ସହ ବିବାହ ଫଟୋ ସେୟାର କରି ନିଜ ମନର କଥା କହିଛନ୍ତି ।

ହେଲେ ବର୍ତ୍ତମାନ ଏହାରି ଭିତରେ ଏକ ବଡ ଖବର ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଆଲିଆ-ରଣବୀରଙ୍କ ରିସେପ୍ସନ୍ ତାଜ ପ୍ୟାଲେସ୍ ଅର୍ଥାତ୍ ତାଜ୍ କୋଲାବା ଠାରେ ହେବାକୁ ଯାଉଥିଲା କିନ୍ତୁ ବର୍ତ୍ତମାନ ରିସେପ୍ସନ୍ ସ୍ଥାନ ବଦଳିଥିବାର ଖବର ଆସିଛି।

ଯେ ରଣବୀର ଓ ଆଲିଆଙ୍କ ୱେଡିଂ ରିସେପ୍ସନ କେଉଁ ଫାଇଭ୍‌ଷ୍ଟାର ହୋଟେଲ୍‌ରେ ହେବ ନାହିଁ । ବରଂ ୧୬ ଏପ୍ରିଲ୍‌ରେ ସେହି ବାସ୍ତୁ ଆପାରମେଣ୍ଟରେ ହିଁ ପାର୍ଟି ହେବ । ଆଲିଆ ଏବଂ ରଣବୀରଙ୍କ ରିସେପ୍ସନରେ ବଲିଉଡର ସମସ୍ତ ସେଲିବ୍ରିଟିମାନେ ସାମିଲ୍‌, ଯେଉଁଥିପାଇଁ ସ୍ୱତନ୍ତ୍ର ଭାବେ ଅତିଥିମାନଙ୍କୁ ନିମନ୍ତ୍ରଣ ପଠାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com