ଜାତୀୟ

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ; ମୋଦୀ ମୃତ୍ୟୁ ହିଟଲରଙ୍କ ପରି ହେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ସୁବୋଧ କାନ୍ତ ସାହାଏ। ସେ କହିଛନ୍ତି “ମୋଦୀ ହିଟ୍‌ଲରଙ୍କର ସବୁ ଇତିହାସ ପାର୍ କରିନେଇଛନ୍ତି। ହିଟ୍‌ଲର ବି ଏଭଳି ଏକ ସଂସ୍ଥା ତିଆରି କରିଥିଲା। ଯାହାର ନାଁ ଥିଲା ଖାକି। ସେନା ମଝିରେ ସେ ଏହି ସଂସ୍ଥା ବନାଇଥିଲା। ମୋଦୀ ହିଟ୍‌ଲରଙ୍କ ରାସ୍ତାରେ ଚାଲିଲେ ତେବେ ହିଟ୍‌ଲରଙ୍କ ପରି ତାଙ୍କର ମୃତ୍ୟୁ ହେବ।”

ଅଗ୍ନିପଥ ଯୋଜନାକୁ ନେଇ ଦିଲ୍ଲୀର ଜନ୍ତମନ୍ତରରେ କଂଗ୍ରେସର ଆୟୋଜିତ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି କଂଗ୍ରେସ ସୁବୋଧ କାନ୍ତ ସାହାଏ। ଯାହାକୁ ନେଇ ଏବେ ତୀବ୍ର ବିବାଦ ଦେଖାଦେଇଛି। ତେବେ କଂଗ୍ରେସ କିନ୍ତୁ ଏଭଳି ଟିପ୍ପଣୀ ଠାରୁ ନିଜକୁ ଦୂରେଇ ରଖିଛି।

Related Articles

Back to top button
WP Twitter Auto Publish Powered By : XYZScripts.com