Featuredଅନ୍ତର୍ଜାତୀୟଜାତୀୟମନୋରଞ୍ଜନ

ରିଲଜ ହେବାକୁ ଥିବା ୪ ଫିଲ୍ମ ବକ୍ସ ଅଫିସ୍‌ରେ କମାଇବ କୋଟି କୋଟି ଟଙ୍କା…

ଜାଣନ୍ତୁ ପୂରା ଲିଷ୍ଟ...

ମୋବଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଚଳିତ ବର୍ଷ କିଛି କିଛି କଳାକାରଙ୍କ ପାଇଁ ଖୁବ୍ ଭଲ ପ୍ରମାଣିତ ହୋଇ ଥିବା ବେଳେ ଆଉ କିଛି କଳାକାରଙ୍କ ପାଇଁ ଏହା ଭଲ ମଧ୍ୟ ହୋଇପାରେ । ଶାହାରୁଖ୍ ଖାନ୍ଙ୍କ ଫିଲ୍ମ ପଠାନ୍ ବକ୍ସ ଅଫିସ୍ରେ ବଡ଼ ଧମାଲ୍ କରିଥିଲା । ଆଉ ଅନେକ ଫିଲ୍ମ ଖୁବ୍ ଭଲ କମେଇଥିବା ବେଳେ ଆଉ କିଛି ଫ୍ଲପ୍ ହୋଇଯାଇଛି । ୨୦୨୩ ର୍ବେର ଅଧା ହୋଇ ସାରିଛି । କିନ୍ତୁ ଏଭଳି କିଛି ଫିଲ୍ମ ରହିଛି ଯାହା ଆଗକୁ ପଠାନ୍ ଭଳି ୧୦୦୦ କୋଟି ଟଙ୍କା କମାଇବାର କ୍ଷମତା ରଖିଛି । ତେବେ ଆମେ ଆପଣଙ୍କୁ ଆଜି ଏହିପରି ୪ଟି ଚଳଚିତ୍ର ବିଷୟରେ କହିବାକୁ ଯାଉଛୁ । ଯାହା ବକ୍ସ ଅଫିସ୍ରେ ୧୦୦୦ କୋଟି ଟଙ୍କା କମାଇ ପାରିବ ।

  • ଯୱାନ୍

ନିକଟରେ ଏହି ଚଳଚ୍ଚିତ୍ରର ପ୍ରିଭ୍ୟୁ ଭିଡିଓ ରିଲିଜ୍ ହୋଇଥିଲା । ଯାହାକୁ ବହୁତ ପସନ୍ଦ କରାଯାଇଛି । ଅଟଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଶାହରୁଖ ଖାନଙ୍କ ଯବାନ ନୟନ୍ତରା ଏବଂ ବିଜୟ ସେଥୁପାତି , ଦୀପିକା ପାଦୁକୋନ, ସାନିଆ ମାଲହୋତ୍ରା, ପ୍ରିୟମାନି, ଗିରିଜା ଓକ, ସଞ୍ଜିତା ଭଟ୍ଟାଚାର୍ୟ୍ୟ, ଲେହର ଖାନ, ଆଲିଆ କୁରେଶି, ରିଦ୍ଧି ଡୋଗ୍ରା, ସୁନୀଲ ଗ୍ରୋଭର ଏବଂ ମୁକେଶ ଛାବ୍ରା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଜୱାନ ୭ ସେପ୍ଟେମ୍ବରରେ ସାରା ବିଶ୍ୱରେ ସିନେମା ହଲ୍ ଗୁଡ଼ିକରେ ହିନ୍ଦୀ, ତାମିଲ ଏବଂ ତେଲଗୁ ଭାଷାରେ ମୁକ୍ତିଲାଭ କରିବ ।

  • ସାଲାର ପାର୍ଟ -୧ ସିଜ୍ଫାୟାର୍

ପ୍ରଭାସଙ୍କ ଏହି ଫିଲ୍ମକୁ ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଉଛନ୍ତି। ନିକଟରେ ସାଲାର ଫିଲ୍ମର ଟିଜର ରିଲିଜ ହୋଇଥିଲା । ଏହା ମଧ୍ୟ ଏକ ବଡ ବଜେଟ୍ ଫିଲ୍ମ । ସଲାର ଏକ ନୂତନ ମାନଦଣ୍ଡ ସ୍ଥିର କରିଛି ଏବଂ ଉତ୍ତର ଆମେରିକାର ୧୯୭୯ ରୁ ଅଧିକ ସ୍ଥାନରେ ଏବଂ ୫୦୦୦ ରୁ ଅଧିକ ବିଦେଶରେ ସର୍ବପ୍ରଥମ ସ୍କ୍ରିନିଂ ହାସଲ କରିଛି । ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୨୮ ରେ ତେଲୁଗୁ, କନ୍ନଡ, ମାଲାୟାଲମ୍, ତାମିଲ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ।

  • ଡଙ୍କି

ଫିଲ୍ମ ଡଙ୍କି ୧୦୦% ବ୍ଲକବଷ୍ଟର ହେବାକୁ ଯାଉଛି । ରାଜକୁମାର ହିରାନୀ ଶାହରୁଖ ଖାନଙ୍କ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ରାଜକୁମାର ହିରାନୀ ଅଳ୍ପ କିଛି ବଲିଉଡ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ବ୍ଲକବଷ୍ଟର ହୋଇଥିବା ସମସ୍ତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏହି ବର୍ଷ ଡିସେମ୍ବରରେ ଡଙ୍କି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

  • ପ୍ରୋଜେକ୍ଟ-କେ

ପ୍ରଭାସଙ୍କ ଫିଲ୍ମ ପ୍ରୋଜେକ୍ଟ ମଧ୍ୟ ଏକ ବଡ ବଜେଟ୍ ଫିଲ୍ମ । ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦୀପିକା ପାଦୁକୋନଙ୍କ ଭଳି ବଡ ତାରକା ମଧ୍ୟ ନଜର ଆସିବେ। ନାଗ ଅଶ୍ୱିନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ସାନ ଡିଏଗୋ କମିକ୍-କନ୍ରେ ଦେଖାଯାଇଥିବା ପ୍ରଥମ ଚଳଚ୍ଚିତ୍ର ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com