ସ୍ୱାସ୍ଥ୍ୟ

୫ରୁ ୧୨ ବର୍ଷ ବୟସ୍କ ପିଲାଙ୍କୁ ମିଳିବ କୋଭିଡ ଟିକା, ଜରୁରୀ ବ୍ୟବହାର ଲାଗି ପରାମର୍ଶ

ନୂଆଦିଲ୍ଲୀ()  ୫ରୁ ୧୨ ବର୍ଷ ବୟସ୍କ ପିଲାଙ୍କୁ ମିଳିବ କୋଭିଡ ଟିକା । ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କୋର୍ବେଭାକ୍ସ ଟିକା ଲାଗି ସୁପାରିସ କରିଛି ବିଷୟଗତ ବିଶେଷଜ୍ଞ କମିଟି । ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇଙ୍କୁ ଏହି ସୁପାରିସ କରିଛି ଏସଇସି । ଜରୁରୀ ବ୍ୟବହାର ଲାଗି କୋର୍ବେଭାକ୍ସ ଟିକାକୁ କମିଟି ସୁପାରିସ କରିଛି ।

ସ୍କୁଲ ଖୋଲିଥିବାରୁ ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି କମିଟି । ବର୍ତ୍ତମାନ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ ଦିଆଯାଉଛି କୋର୍ବେଭାକ୍ସ ଟିକା । ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ଲାଗି ଗତ ଜାନୁଆରୀ ୩ରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୧୬ରୁ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com