ଓଡ଼ିଶା

ବଜାରରୁ ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ

ଆଠମଲ୍ଲିକ: ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ବଇଣ୍ଡା ଅଞ୍ଚଳର ପ୍ରଦୀପ କୁମାର ମହାପାତ୍ର ।

ସୂଚନାଯୋଗ୍ୟ ଯେ, ବଇଣ୍ଡା ଅଞ୍ଚଳର ପ୍ରଦୀପ କୁମାର ମହାପାତ୍ର ବଜାରରୁ ଘରକୁ ଫେରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ଫଳରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ବଇଣ୍ଡା ପୋଲିସ ପହଞ୍ଚି ପ୍ରଦୀପଙ୍କ ମୃତଦେହ ଉଦ୍ଧାର କରିଥିଲା । ହଣ୍ଡପାରେ ଶବ ବ୍ୟବଚ୍ଛେଦ ହେବା ପରେ ପ୍ରଦୀପଙ୍କ ମୃତଦେହ ପରିବାର ବର୍ଗକୁ ହସ୍ତାନ୍ତର କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com