ଜାତୀୟ

ମହାମାରୀ ପାଇଁ ଗରିବ ପରିବାରର ପିଲାଙ୍କ ଭବିଷ୍ୟତ ଅନ୍ଧକାରରେ, ଏକ ତୃତୀୟାଂଶ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ() କରୋନା ମହାମାରୀ ପାଇଁ ଗରୀବ ଶ୍ରେଣୀର ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧକାରକୁ ଠେଲି ହୋଇଯାଇଛି । ସାରା ମହାମାରୀ ପାଇଁ ଘରୁ ବାହାରିବା ମନା ଥିବାରୁ ସାରା ବିଶ୍ୱରେ ଜାରି ରହିଥିଲା ଅନଲାଇନ୍ ପାଠପଢା । ସରକାରୀ ବେସକାରୀ ସମସ୍ତ ସ୍କୁଲ ଶିକ୍ଷାଦାନ ଚାଲିଥିଲା ଅନଲାଇନରେ ।

ହେଲେ ଏମିତି ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନଙ୍କ ପାଖରେ ଅନଲାଇନରେ ପାଠପଢା ସୁବିଧା ନାହିଁ । ଦେଶର ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଘରେ ସ୍ମାର୍ଟ ଫୋନ୍ ନାହିଁ । ବିଶ୍ୱ ଅର୍ଥନୈତିକ ରିପୋର୍ଟ (WEF) ଏହାର ରିପୋର୍ଟରେ ସ୍ପଷ୍ଟ ଭାବେ କହିଛି ଯେ ଭାରତର କରୋନା ଗ୍ରାମାଞ୍ଚଳରେ ଛୋଟ ପିଲା ଓ ଯୁବକମାନଙ୍କ ଶିକ୍ଷା ଉପରେ ଅଧିକ ପ୍ରଭାବ ପକାଇଛି ।

WEF ରିପୋର୍ଟ ଅନୁଯାୟୀ, ଦେଶର ଗ୍ରାମାଞ୍ଚଳ ତଥା ପଛୁଆ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗ୍ରାମାଞ୍ଚଳରେ ରହୁଥିବା କେବଳ ଆଠ ପ୍ରତିଶତ ଛାତ୍ରଛାତ୍ରୀ ନିୟମିତ ଅନଲାଇନ୍ କ୍ଲାସରେ ବସିଥିଲେ । ୩୭ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଦୁଇ ତୃତୀୟାଂଶ ପିଲାଙ୍କ ପିତାମାତା ଏହା ମଧ୍ୟ କହିଛନ୍ତି ଯେ ବିଦ୍ୟାଳୟ ବନ୍ଦ ହେବା ଏବଂ ଅନଲାଇନ୍ ଶିକ୍ଷା ସମ୍ବଳ ଅଭାବରୁ ପିଲାମାନଙ୍କର ପଢିବା ଏବଂ ଲେଖିବା କ୍ଷମତା କମିଛି ।
ସ୍କୁଲ ପିଲାମାନଙ୍କର ଶିକ୍ଷା ପ୍ରଭାବିତ :
ଏବେ ଏବେ ଧୀରେ ଧୀରେ କରୋନା ସ୍ଥିତି ଭଲ ହେବା ପରେ ସମଗ୍ର ବିଶ୍ୱରେ ବିଦ୍ୟାଳୟଗୁଡ଼ିକ ଖୋଲିଛି । କିନ୍ତୁ ମହାମରୀର ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ଦୁନିଆର ୩୮ ନିୟୁତ ପିଲା ବିଦ୍ୟାଳୟରୁ ବଞ୍ଚିତ ହୋଇଛନ୍ତି । ଦୁନିଆର ଏକାଦଶ ଦେଶରେ, ଉତ୍ସରୁ ଅଭାବ ହେତୁ ମାର୍ଚ୍ଚରୁ ସେପ୍ଟେମ୍ବର ୨୦୨୧ପର୍ଯ୍ୟନ୍ତ ତିନିରୁ ଛଅ ଏବଂ ୧୪ରୁ ୧୮ବର୍ଷ ବୟସର ୧୩୧ନିୟୁତ ପିଲା ଅନଲାଇନ୍ କ୍ଲାସରେ ଯୋଗ ଦେଇ ପାରିନଥିଲେ । ଏହା ତାଙ୍କ ଅଧ୍ୟୟନ ଉପରେ ଖରାପ ପ୍ରଭାବ ପକାଇଛି ।
ଝିଅମାନଙ୍କ ପାଠପଢାରେ ଲାଗିଛି ବ୍ରେକ୍:
ଫୋରମର ରିପୋର୍ଟ ଅନୁଯାୟୀ, କରୋନା ଯୋଗୁଁ ଝିମାନଙ୍କର ଶିକ୍ଷା ଅଧିକ କ୍ଷତିଗ୍ରସ୍ତ ହୋଇଛି । ବିଶ୍ୱବ୍ୟାପୀ ୧୧ ମିଲିୟନ ବାଳିକା ବିଦ୍ୟାଳୟ ଛାଡିଛନ୍ତି । ଦଶନ୍ଧି ଧରି ସମାନତା ବଜାୟ ରଖିବା ଦିଗରେ ଏହା ସବୁଠାରୁ ବଡ କ୍ଷତି ବୋଲି ଫୋରମ୍ ଆକଳନକୁ ନେଇ ଉଦବେଗ ପ୍ରକାଶ ପାଇଛି । ବାଧ୍ୟତାମୂଳକ ବାଲ୍ୟ ବିବାହ ଏବଂ ହିଂସା ପରି ମାମଲା ବୃଦ୍ଧି ପାଇବ ଯଦି ଝିଅମାନେ ବିଦ୍ୟାଳୟ ଛାଡିବେ ।
ଇଣ୍ଟରନେଟ୍ ଅପହଞ୍ଚ ପ୍ରମୁଖ ପ୍ରତିବନ୍ଧକ:
ଫୋରମର ରିପୋର୍ଟ ଅନୁଯାୟୀ, ୨୫ ବର୍ଷରୁ କମ୍ ପିଲାମାନଙ୍କ ସମେତ ସାରା ବିଶ୍ୱରେ ୨୨୦ ନିୟୁତ ପିଲାଙ୍କର ଇଣ୍ଟରନେଟ୍ ସୁବିଧା ନାହିଁ । ଦୁନିଆର ସମୃଦ୍ଧ ଦେଶମାନଙ୍କରେ ଇଣ୍ଟରନେଟର ପ୍ରବେଶ ୮୭ପ୍ରତିଶତ ଥିବାବେଳେ ସ୍ୱଳ୍ପ ଆୟକରୀ ଦେଶରେ ଏହା ମାତ୍ର ୬ ପ୍ରତିଶତ ଅଟେ । ବିଶ୍ୱବ୍ୟାପୀ ଚାରିଜଣ ପିଲାଙ୍କ ମଧ୍ୟରୁ ଜଣେ ଯିଏ ଅନଲାଇନ୍ ପଢିପାରିନଥିଲେ ଏକ ଗ୍ରାମୀଣ ଅଞ୍ଚଳ କିମ୍ବା ଗରିବ ପରିବାରର ।
ସଙ୍କଟରୁ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ:
WEF କହିଛି ଯେ ସଙ୍କଟରୁ ଶିଖିବାର ଆବଶ୍ୟକତା ଅଛି । ଶିଶୁ ଏବଂ ବାଳିକାମାନଙ୍କର ଶିକ୍ଷା ଯେପରି କୌଣସି ପରିସ୍ଥିତିରେ ବନ୍ଦ ନହୁଏ ସେଥିପାଇଁ ସ୍ଥାନୀୟ ସରକାର ଏବଂ ପ୍ରଶାସନକୁ ଉଦ୍ୟମ କରିବାକୁ ପଡିବ । ବିଦ୍ୟାଳୟ ଖୋଲିବା ପରେ, ଯେଉଁ ପିଲାମାନେ ବିଦ୍ୟାଳୟକୁ ଯାଉନାହାଁନ୍ତି, ସେମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । କେବଳ ସେତେବେଳେ ଆଗକୁ ରାସ୍ତା ସହଜ ହୋଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com