ଜାତୀୟ

ରେପୋରେଟ ବୃଦ୍ଧି ଓ ମହଙ୍ଗା ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ଏବେ ଗାଡ଼ି କିଣିବା ହେଲା ଆହୁରି ମହଙ୍ଗା

ମୁମ୍ବାଇ:  ଯଦି ନୂଆ କାର ଅଥବା ବାଇକ୍ ନେବା ପାଇଁ ଯୋଜନା କରୁଛନ୍ତି , ତେବେ ନିଜର ବଜେଟ୍ ବଢାନ୍ତୁ। କାରଣ କାର ଓ ବାଇକ୍‌ ପାଇଁ ଇଏମଆଇ ଆଗକୁ ବଢିବାର ଅଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗତ ଜୁନ ୮ ତାରିଖ ଦିନ ମୁଖ୍ୟ ସୁଧ ହାରରେ ୫୦ ଆଧାର ପଏଣ୍ଟ ବୃଦ୍ଧି କରିଛନ୍ତି। ଯାହାର ସିଧା ପ୍ରଭାବ ଏବେ ଋଣ ଉପରେ ପଡିବାକୁ ଯାଉଛି। କାର ଲୋନ ନିଅନ୍ତୁ କି ବାଇକ୍ ଲୋନ ମାସିକ କିସ୍ତି (ଇଏମଆଇ) ଏବେ ଆଗପରି ରହିବନି।

ଗତ ୫ ସପ୍ତାହରେ ଆରବିଆଇ ଦ୍ୱିତୀୟବାର ରେପୋରେଟ ବୃଦ୍ଧି କରିଛନ୍ତି। ଫଳରେ ଏବେ ବ୍ୟାଙ୍କ ଋଣ ମହଙ୍ଗା ହେବାକୁ ଯାଉଛି। ଆପଣ ଘର କିଣନ୍ତୁ କି ଗାଡି ଅଧିକ ଇଏମଆଇରେ କିଣିବା ନିଶ୍ଚିତ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କେନ୍ଦ୍ରୀୟ ବ୍ୟାଙ୍କଙ୍କ ୬ ସଦସୀୟ ରେଟ୍ ସେଟିଂ ପ୍ୟାନେଲ  ରେଟ ଅଫ ରି ପର୍ଚେଜ୍ ଅର୍ଥାତ ରେପୋରେଟ ବୃଦ୍ଧି ଲାଗି ଭୋଟ କରିଛନ୍ତି। ସେହି ଅନୁସାରେ ରେପୋରେଟ ୫୦ ବେସିସ୍ ପଏଣ୍ଟ ବଢି ୪.୯୦ ପ୍ରତିଶତକୁ ପହଞ୍ଚିଛି।

ଗତ ମେ ମାସରେ ମଧ୍ୟ ଆରବିଆଇ ରେପୋରେଟ ବୃଦ୍ଧି କରିଥିଲେ। ଅତ୍ୟଧିକ ମୁଦ୍ରାସ୍ପିତି ଯୋଗୁ ସମୟୋଚିତ ପଦକ୍ଷେପ ନିଆଯାଇଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି। ରେପୋରେଟ ବୃଦ୍ଧି ସିଧା ଅଟୋମାବାଇଲ ସେକ୍ଟରକୁ ପ୍ରଭାବିତ କରିବ। ପ୍ରଥମେ କୋଭିଡ-୧୯ ମହାମାରୀ ଓ ପରେ ସେମିକଣ୍ଡକ୍ଟର ଚିପ୍‌ ଅଭାବ ଜନିତ ସମସ୍ୟାରେ ଥିବା ଉଦ୍ୟୋଗ ଏବେ ଆର୍ଥିକ ସମସ୍ୟା ଆଡକୁ ଭିଡି ହୋଇଯାଇଛି। ଏଥିରେ କେନ୍ଦ୍ର ସରକାର ଥାର୍ଡ ପାର୍ଟି ମୋଟର ଇନସ୍ୟୁରାନ୍ସ  ମୂଲ୍ୟ ମଧ୍ୟ ବଢାଇ ଦେଇଛନ୍ତି। ଏଥିଲାଗି ବାହନ କିଣିବା ମହଙ୍ଗା ହୋଇଯାଇଥିବା ବେଳେ ରୋପୋରେଟ ବୃଦ୍ଧି ଗ୍ରାହକ ଉପରେ ଡବଲ ମହଙ୍ଗାମାଡ କରିବାକୁ ଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com