ଜାତୀୟମନୋରଞ୍ଜନ

ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ କଡା ନିନ୍ଦା କଲେ ମିକା ସିଂ,କହିଲେ- ଲଜ୍ୟା ଲାଗୁଛି ନିଜକୁ ପଞ୍ଜାବୀ କହିବାକୁ …

ନୂଆଦିଲ୍ଲୀ: ପଞ୍ଜାବୀର ଜଣାଶୁଣା ଗାୟକ ସିଦ୍ଧୁ ମୁସେୱାଲାଙ୍କୁ କିଛି ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁରେ ତାଙ୍କ ପ୍ରଶଂସକମାନଙ୍କ ସହ ସେଲେବ୍‌ମାନେ ମର୍ମାହତ ହୋଇଛନ୍ତି। ଏହାରି ମଧ୍ୟରେ ଗାୟକ ମିକା ସିଂ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି।

ମିକା ସିଂ ସିଦ୍ଧୁଙ୍କ ସହ ଏକ ଫଟୋ ସେୟାର କରି କଡ଼ା ଶବ୍ଦରେ ନିନ୍ଦା କରିବା ସହ କ୍ୟାପସନ୍‌ରେ ଲେଖିଛନ୍ତି ଯେ, ମୁଁ ଜଣେ ପଞ୍ଜାବୀ ବୋଲି ସବୁବେଳେ ଗର୍ବ କରେ। ହେଲେ ଆଜି ମୋତେ ଏହା କହିବାକୁ ଲାଜ ଲାଗୁଛି। ୨୮ ବର୍ଷର ଜଣେ ଯୁବ ପ୍ରତିଭାଶାଳୀଙ୍କୁ ପଞ୍ଜାବରେ ପଞ୍ଜାବୀମାନେ ହତ୍ୟା କରିଛନ୍ତି। ଈଶ୍ଵର ତାଙ୍କର ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ। ତାଙ୍କ ପରିବାର ପାଇଁ ମୁଁ ପ୍ରାର୍ଥନା କରୁଛି।

 

View this post on Instagram

 

A post shared by Mika Singh (@mikasingh)

ମିକା ସିଂ ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି, ‘ ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଲଜ୍ଜାଜନକ ଦୁର୍ଘଟଣା ଘଟିଛି। କାହିଁକି ନା ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ନୁହେଁ, ଏହା ଆମ ସମସ୍ତଙ୍କର ମୃତ୍ୟୁ । ତିନି-ଚାରି ଦିନ ପୂର୍ବେ ତାଙ୍କର ସୁରକ୍ଷା ହଟାଯାଇଥିଲା । ଏହି କାରଣରୁ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡିଲା । ଯାହା ଘଟିଲା ତାହା ଅତ୍ୟନ୍ତ ଘୃଣ୍ୟ ଥିଲା । ମୁଁ ପଞ୍ଜାବ ସରକାର ଏବଂ ପୋଲିସକୁ ଅନୁରୋଧ କରିବାକୁ ଚାହୁଁଛି କି ଯେଉଁ ବ୍ୟକ୍ତି ମାନେ ଏପରି ଧମକ ଦେଉଛନ୍ତି ତାଙ୍କୁ କାହିଁକି ଧରୁ ନାହାଁନ୍ତି । ଏହା ବ୍ୟତୀତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ସମବେଦନା ଜଣାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com