Featuredଜାତୀୟ

ଉତ୍ତରାଧିକାରୀଙ୍କ ନାମ ଉଲ୍ଲେଖ କରିବାକୁ ପ୍ରଧାନ ବିଚାରପତି ୟୁ.ୟୁ. ଲଳିତଙ୍କୁ କହିଲେ କେନ୍ଦ୍ର ସରକାର

ନିଜ ଉତ୍ତରାଧିକାରୀ ବା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ଉଲ୍ଲେଖ କରିବା ଲାଗି କେନ୍ଦ୍ର ସରକାର ଭାରତର ପ୍ରଧାନ ବିଚାରପତି ୟୁ. ୟୁ. ଲଳିତଙ୍କୁ କହିଥିବା  ଜଣାପଡ଼ିଛି। ଏଥିପାଇଁ କେନ୍ଦ୍ର ଆଇନ ମନ୍ତ୍ରାଳୟ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରି ପତ୍ର ଲେଖିଛି । ନଭେମ୍ବର ୮ ତାରିଖରେ ପ୍ରଧାନ ବିଚାରପତି ୟୁ. ୟୁ. ଲଳିତ ଅବସର ଗ୍ରହଣ କରିବେ। ତାଙ୍କ ପରେ ଏହି ପଦବୀ ପାଇଁ ବରିଷ୍ଠତା ଆଧାରରେ ଅଛନ୍ତି ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼। ପ୍ରଥାନୁଯାୟୀ, ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ଅନୁମୋଦନ ହୋଇଯିବା ପରେ ବିଚାରପତି ନିଯୁକ୍ତି ନିମନ୍ତେ ନିଷ୍ପତ୍ତି ଗ୍ରହଣ କରୁଥିବା ସୁପ୍ରିମ୍‌ କୋର୍ଟଙ୍କ ଶୀର୍ଷସ୍ତରୀୟ କମିଟି ‘କଲିଜିୟମ୍‌’ର ବୈଠକ ବସିପାରିବ ନାହିଁ। ସୁପ୍ରିମ୍‌ କ‌ୋର୍ଟରେ ଜଣେ ବରିଷ୍ଠ ଓକିଲଙ୍କ ସମେତ ୪ଜଣ ବିଚାରପତିଙ୍କ ନିଯୁକ୍ତି କଥାରେ କଲିଜିୟମ୍‌ ଅଭ୍ୟନ୍ତରଣ ବିବାଦ ଚାଲିଥିବା ବ‌େଳେ ଆଇନ ମନ୍ତ୍ରାଳୟ ଉକ୍ତ ପତ୍ର ପଠାଇଛନ୍ତି । ଔପଚାରିକ ବୈଠକ ପରିବର୍ତ୍ତେ ଲିଖିତ ନୋଟ୍‌କୁ ଆଧାର କରି ସୁପ୍ରିମ୍‌ କୋର୍ଟରେ ୪ଜଣ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ସୁପାରିସ କରିବା ପ୍ରସ୍ତାବକୁ ୫ଜଣିଆ କଲିଜିୟମ୍‌ ସଦସ୍ୟଙ୍କ ମଧ୍ୟରୁ ୨ଜଣ ବିରୋଧ କରୁଛନ୍ତି। ବିରୋଧ ଉପରେ ପୁନର୍ବିଚାର କରିବା ଲାଗି ଭାରତର ପ୍ରଧାନ ବିଚାରପତି ୟୁ.ୟୁ. ଲଳିତ ସେମାନଙ୍କୁ ପତ୍ର ଲେଖିଥିବା କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com