ରାଜନୀତି

ଦେଖନ୍ତୁ କେତେ ଲୋକ ଲଢୁଛନ୍ତି ନିର୍ବାଚନ; କେଉଁଠାରୁ ଅଧିକ ପ୍ରାର୍ଥୀ

ନିର୍ବାଚନରେ ବର୍ଷକୁ ବର୍ଷ ବଢିଚାଲିଛି ପ୍ରାର୍ଥୀଙ୍କ ସଂଖ୍ୟା । ଏହା କୌଣସି ଗୋଟିଏ କିମ୍ବା ଦୁଇଟି ରାଜ୍ୟର କଥା ନୁହେଁ । ଏହା ହେଉଛି ପୁରା ଦେଶର କଥା । ଭାରତରେ ୧୯୫୨ରେ ହୋଇଥିଲା ପ୍ରଥମ ନିର୍ବାଚନ । ୫ ବର୍ଷ ପୂର୍ବେ ନିର୍ବାଚନ ହୋଇଥିଲା ୨୦୧୯ରେ ଏବଂ ଆଗକୁ ଆସୁଛି ୨୦୨୪ ଭୋଟ୍ । ତେବେ ସରକାରୀ ତଥ୍ୟ ଅନୁଯାୟୀ ୪ ଗୁଣରୁ ଅଧିକ ବଢ଼ିଛି ପ୍ରାର୍ଥୀ ସଂଖ୍ୟା । ୧୯୫୨ରେ ୧,୮୭୪ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବାବେଳେ ୨୦୧୯ରେ ପ୍ରାର୍ଥୀଙ୍କ ସଂଖ୍ୟା ୮,୦୩୯ ରହିଥିଲା । ଏହି ସମୟ ମଧ୍ୟରେ ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ପ୍ରାର୍ଥୀ ସଂଖ୍ୟା ୪.୬୭%ରୁ ୧୪.୮%କୁ ବଢ଼ିଛି । ତଥ୍ୟ ଅନୁଯାୟୀ ୧୯୭୭ରେ ଷଷ୍ଠ ଲୋକ ସଭା ନିର୍ବାଚନ ପର୍ୟ୍ୟଙନ୍ତ ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ପ୍ରାର୍ଥୀ ସଂଖ୍ୟା ୩ରୁ ୫ ମଧ୍ୟରେ ରହୁଥିଲା ।

୨୦୧୯ ସାଧାରଣ ନିର୍ବାଚନରେ ୫୪୨ ସଂସଦୀୟ କ୍ଷେତ୍ରରୁ ୮,୦୩୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେଲଙ୍ଗାନାରେ ପ୍ରତି ସଂସଦୀୟ କ୍ଷେତ୍ରରେ ହାରାହାରି ପ୍ରାର୍ଥୀ ସଂଖ୍ୟା ସର୍ବାଧିକ ଥିଲେ । ତଥ୍ୟ ଅନୁଯାୟୀ ୧୯୫୨ରେ ୪୮୯ ଆସନ ପାଇଁ ୧, ହଜାର ୮୭୪ ଜଣ, ୧୯୭୧ରେ ୨ ହଜାର ୭୮୪, ୧୯୭୭ରେ ୨, ହଜାର ୪୩୯ , ୧୯୮୦ରେ ୪, ହଜାର ୬୨୯ ଏବଂ ୧୯୮୪-୮୫ରେ ଅଷ୍ଟମ ସାଧାରଣ ନିର୍ବାଚନରେ ମୋଟ ପ୍ରାର୍ଥୀ ସଂଖ୍ୟା ରହିଥିଲା ୫,୪୯୨ । ସେହିଭଳି ୧୯୮୯ରେ ୬ ହଜାର,୧୬୦, ୧୯୯୧-୯୨ରେ ୫୪୩ ଆସନ ପାଇଁ ୮ ହଜାର ୬୬୮, ୧୯୯୮ରେ ୪ ହଜାର ୭୫୦ , ୧୯୯୯ରେ ୪, ହଜାର ୬୪୮, ୨୦୦୪ରେ ୫, ହଜାର ୪୩୫ , ୨୦୦୯ରେ ୮, ହଜାର ୦୭୦ ଜଣ ଏବଂ ୨୦୧୪ରେ ୮,୨୫୧ ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com