Featuredଜାତୀୟ

ସଂରକ୍ଷଣ ବ୍ୟବସ୍ଥାରେ କାଣ୍ଟଛାଟକୁ ବିରୋଧ କରି ଆଜି ବି କର୍ଣ୍ଣାଟକରେ ଉଗ୍ର ଆନ୍ଦୋଳନ

ସଂରକ୍ଷଣ ବ୍ୟବସ୍ଥାରେ କାଣ୍ଟଛାଟକୁ ବିରୋଧ କରି ଆଜି ବି କର୍ଣ୍ଣାଟକରେ ଉଗ୍ର ଆନ୍ଦୋଳନ । ବନଜରା ଓ ଭୋବି ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନୁସୂଚିତ ଜାତିଙ୍କ ପାଇଁ ସରକାର ଘୋଷଣା କରିଥିବା ଇଣ୍ଟରନାଲ ରିଜରଭେସନକୁ ଜୋରଦାର ବିରୋଧ କରି ବନଜରା ସମ୍ପଦାୟ ଆନ୍ଦୋଳନ କରୁଛି ।

ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ପୋଷ୍ଟର ପୋଡ଼ିବା ସହ କର୍ଣ୍ଣାଟକର ବିଜେପି ସରକାର ବିରୋଧରେ ନାରାବାଜି କରିଛନ୍ତି । ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ବ୍ୟବସ୍ଥାରେ କାଣ୍ଟଛାଣ୍ଟ ଲାଗି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସୁପାରିସ କରିଛନ୍ତି। ସଦାଶିବ କମିସନ ରିପୋର୍ଟ ଆଧାରରେ ଅନୁସୂଚିତ ଜାତି ପାଇଁ ରହିଥିବା ୧୭ପ୍ରତିଶତ ସଂରକ୍ଷଣରୁ ୬ ପ୍ରତିଶତ ଅନୁସୂଚିତ ଜାତି ଓ ୫.୫ ପ୍ରତିଶତ ଅନୁସୂଚିତ ଜାତି ୪.୫ ପ୍ରତିଶତ ସ୍ପୃଶ୍ୟ ଏବଂ ୧ ପ୍ରତିଶତ ଅନ୍ୟାନ୍ୟଙ୍କ ପାଇଁ ରଖିବାକୁ ରାଜ୍ୟ ପ୍ରସ୍ତାବ ଦେଇଛି । ଏହାକୁ ବିରୋଧ କରିବା ସହ ତୁରନ୍ତ ନିଷ୍ପତ୍ତି ବଦଳାଇବାକୁ ବନଜାରା ଓ ଭୋବି ସମ୍ପ୍ରଦାୟ ଦାବି କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com