ଓଡ଼ିଶା

ମିଳିଲାନି ମହାପ୍ରୟାଣ ଗାଡି, ମୃତଦେହ ରଖି ମେଡିକାଲ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ

କୋରାପୁଟ: କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ରୋଗୀ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ଅଶାନ୍ତି । ମେଡିକାଲ ସମ୍ମୁଖରେ ମୃତ ଦେହ ରଖି ବିକ୍ଷୋଭ କରିଛନ୍ତି ସମ୍ପର୍କୀୟ ।

ମେଡିକାଲ ପ୍ରବେଶ ମୁଖ୍ୟ ଫାଟକରେ ଦିର୍ଘ ଘଣ୍ଟା ଧରି ଶବ ରଖି ପରିବାର ପକ୍ଷରୁ ମହାପ୍ରୟାଣ ଗାଡ଼ି ପାଇଁ ଦାବି କରିଆସୁଥିଲେ ସୁଦ୍ଧା ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ଆଲୋଚନା କରାଯାଇନଥିବା ନିନ୍ଦା ବିଷୟ କହିଛନ୍ତି ସମ୍ପର୍କୀୟ ।

ନିହାତି ଗରିବ ପରିବାରର ହୋଇଥିବା ଯୋଗୁଁ ଗାଡ଼ି ଭଡ଼ା କରି ମୃତ ଶରୀରକୁ ନେବା ସମ୍ଭବ ନଥିବା ଯୋଗୁଁ ଯଥାସମ୍ଭବ ତୁରନ୍ତ ମୃତଶରୀର ନେବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com