ଓଡ଼ିଶା

ବିଏମସି ହସ୍ପିଟାଲରେ ଉପଲବ୍ଧ ହେବ କ୍ୟାନସର ଚିକିତ୍ସା

ଭୁବନେଶ୍ୱର, ୧୭ /୧୦/୨୦୨୨-   କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର । ପୁରୁଣା ଭୁବନେଶ୍ୱର ସ୍ଥିତ ବିଏମସି ହସ୍ପିଟାଲରେ ଉପଲବ୍ଧ ହେବ କ୍ୟାନସର ଚିକିତ୍ସା । ମଙ୍ଗଳବାର ଠାରୁ ଭୁବନେଶ୍ୱରବାସୀଙ୍କୁ ଏଠାରେ ନୂଆ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିବ । ସପ୍ତାହକୁ ଗୋଟିଏ ଦିନ ମଙ୍ଗଳବାର କ୍ୟାନସର ଓପିଡି ଖୋଲାରହିବ । ଅଭିଜ୍ଞ ଏବଂ ବରିଷ୍ଠ ଚିକିତ୍ସକଙ୍କ ଦ୍ୱାରା ରୋଗୀମାନଙ୍କର ଚିକିତ୍ସା କରାଯିବ । ଏଥିପାଇଁ HCG ପଣ୍ଡା କ୍ୟାନସର ହସ୍ପିଟାଲ ସହ ବିଏମସିର MOU ସ୍ୱାକ୍ଷରିତ ହୋଇଛି । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com