ଓଡ଼ିଶା

ଉପ ରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

 ନୂଆଦିଲ୍ଲୀ,  ୩୦/୦୮/୨୦୨୨-  ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।  ଏହି ସାକ୍ଷାତକାରରେ ମଙ୍ଗଳବାର ସସ୍ମିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟସଭାରେ ବିଜେଡି କିପରି ଶୃଙ୍ଖଳିତ ଦଳ ଭାବରେ ରହିଆସିଛି ସେ ନେଇ ଅବଗତ କରାଇଥିଲେ । ଉପ ରାଷ୍ଟ୍ରପତି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତି ତାଙ୍କର ସମ୍ମାନ ଥିବା ଜଣାଇବା ସହ ପ୍ରଶଂସା କରିଥିଲେ ।

ଏହି ଅବସରରେ ସସ୍ମିତ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ‘ଦି ଟଲ୍ ମ୍ୟାନ୍’ ପୁସ୍ତକ ଉପ ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ । ଏହି ପୁସ୍ତକ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଉପ ରାଷ୍ଟ୍ରପତି ଜଗଦୀପ ।

Related Articles

Back to top button
WP Twitter Auto Publish Powered By : XYZScripts.com