ଜାତୀୟ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ ପତ୍ରରେ ପ୍ରିୟଙ୍କାଙ୍କ ନାମ

ହରିଆଣାରେ ୫ ଏକର ଜମି କିଣାବିକା ମାମଲାରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଯେଉଁ ଅଭିଯୋଗ ହୋଇଛି ସେଥିରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ସାମିଲ ରହିଛି । ଏହା ପୂର୍ବରୁ ପ୍ରିୟଙ୍କାଙ୍କ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ନାମ ଏହି ଅଭିଯୋଗରେ ସାମିଲ ଥିଲା । ହେଲେ ଇଡି ତରଫରୁ ଏପର୍ଯ୍ୟନ୍ତ ନା ପ୍ରିୟଙ୍କା ଗାନ୍ଧୀ ନା ରବର୍ଟ ଭଦ୍ରା କାହାକୁ ବି ନୋଟିସ କରାଯାଇ ନାହିଁ । ଏନଆରଆଇ ବ୍ୟବସାୟୀ ସିସି ଥାମ୍ପି ଏବଂ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ସୁମିତ ଚଢାଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଥିଲା ।

ଇଡି ବିଶ୍ୱାସ କରୁଛି ଯେ ସେ ପଳାତକ ଅସ୍ତ୍ରଶସ୍ତ୍ର ଡିଲର ସଞ୍ଜୟ ଭଣ୍ଡାରୀଙ୍କୁ ସାହାଯ୍ୟ କରିଥିଲେ । ଯିଏ କି, ଆଇନ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟ ଉଲଂଘନ କରିଥିବା ଅଭିଯୋଗ ହୋଇଛି ।ଏଚ୍ଏଲ ପାହବା ଏଜେଣ୍ଟଙ୍କ ଠାରୁ ପ୍ରିୟଙ୍କା ଗାନ୍ଧୀ ୨୦୦୫-୦୬ ମଧ୍ୟରେ ହରିଆଣାର ଅମିପୁରରେ ୪୦.୮ ଏକ ଜମି କିଣିଥିଲେ ଓ ୨୦୧୦ ମସିହାରେ ପୁଣି ସେହି ଏଜେଣ୍ଟଙ୍କୁ ପ୍ରିୟଙ୍କା ଜମି ବିକ୍ରି କରିଦେଇଥିଲେ । ଏହିଭଳି ଡିଲ୍ ଥମ୍ପିଙ୍କ ସହ ମଧ୍ୟ କରାଯାଇଥିଲା । ତାଙ୍କୁ ଜାନୁଆରୀ ୨୦୨୦ରେ ଗିରଫ କରାଯାଇଥିଲା । ଇଡି ମୁତାବକ ଥମ୍ପି ୨୦୦୫ ରୁ ୨୦୦୮ ମସିହା ମଧ୍ୟରେ ଏଚଏଲ ପାହବା ସେହି ଗ୍ରାମରେ ୪୮୬ ଏକର ଜମି କିଣିଥିଲେ ।

ଇଡି ଏବେ ଅଭିଯୋଗ କରିଛି ଯେ, ପ୍ରିୟଙ୍କା ଗାନ୍ଧୀଙ୍କର ଥମ୍ପିଙ୍କ ସହ ଗଭୀର ସଂପର୍କ ରହିଛି । ଇଡିର ଅଭିଯୋଗ ଉପରେ ପ୍ରିୟଙ୍କା ଗାନ୍ଧୀ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ହେଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି କି ରାଜନୈତିକ ପ୍ରଣୋଦିତ ଭାବେ ଲୋକସଭା ନିର୍ବାଚନ ପୂର୍ବରୁ କିଛି ବିରୋଧୀଦଳ ନେତାଙ୍କ ନାମ ଇଡି ବିଭିନ୍ନ ଅଭିଯୋଗରେ ଯୋଡିବା ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com