Featuredଓଡ଼ିଶା

ମଙ୍ଗଳବାରଠୁ ସକାଳୁଆ ସ୍କୁଲ

ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ ହେବ। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ୭ ଟାରୁ ସାଢେ ୧୧ ଟା ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଏହାସହ ସ୍କୁଲରେ ପିଇବା ପାଣି ଓ ଓଆରଏସ୍ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆଗକୁ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଦେଶର ଅଧିକାଂଶ ସ୍ଥାନରେ ପାରଦ ବଢିବା ସହ ଆଶାଠୁ ଅଧିକ ତାତି ଅନୁଭୂତ ହେବ। ଉତ୍ତର ଭାରତ କିଛି ସ୍ଥାନ ବ୍ୟତିତ ଦେଶର ଅଧିକାଂଶ ଜିଲ୍ଲାରେ ଅସହ୍ୟ ଗରମ ଅନୂଭୁତ ହେବ।

ଆଇଏମଡିର ଏହି ଆକଳନ ପରେ ରାଜ୍ୟ ଗଣଶିକ୍ଷାବିଭାଗ ପିଲାମାନଙ୍କ ପାଇଁ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା କାର୍ଯ୍ୟକ୍ରମ ଚଳିତ ଏପ୍ରିଲ ମାସ ୩ ତାରିଖରୁ ଆରମ୍ଭ ହେବ। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଆସନ୍ତା ୧୧ ତାରିଖରୁ ସକାଳୁଆ ପାଠପଢ଼ା ଆରମ୍ଭ ହେବ। ଏନେଇ ରାଜ୍ୟ ସରକାର ସବୁ ବିଦ୍ୟାଳୟକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com