ଓଡ଼ିଶା

୪୦ ଫୁଟ କୂଅରୁ ଉଦ୍ଧାର ହେଲା ବଳଦ, ସୁରକ୍ଷିତ ଭାବେ ବାହାର କଲେ ଅଗ୍ନିଶମ ବାହିନୀ

ପାଟଣା: ୪୦ ଫୁଟ ଗଭୀର କୂଅରେ ଖସି ପଡ଼ିଥିବା ବଳଦକୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ନୂଆଗାର ଏକ ପରିତ୍ୟକ୍ତ କୁଅରେ ଖସି ପଡ଼ିଥିଲା ବଳଦ। ୨ଟି ବଳଦ ମଧ୍ୟରେ ଲଢେଇ ଯୋଗୁଁ ଗୋଟିଏ ବଳଦ ଗଭୀର କୂଅ ଭିତରେ ଖସିପଡ଼ିଥିଲା । ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ୪୦ ଫୁଟ୍ ଗଭୀର କୂଅରୁ ବଳଦଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି।

Related Articles

Back to top button