Featuredଓଡ଼ିଶାରାଜନୀତି

ଦେଖନ୍ତୁ ଆମ MLAଙ୍କ Report Card, ଏଥର Bhadrak, ଆରଥରକୁ…

Sanjib Kumar Mallick || Bhadrak

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସରି ଆସିଲାଣି ଷୋଡଷ ବିଧାନସଭା କାର୍ଯ୍ୟକାଳ । ଆଉ ବର୍ଷକ ଭିତରେ ପୁଣି ହେବ ନିର୍ବାଚନ । ଅନ୍ୟ ଟର୍ମ ଅପେକ୍ଷା ଚଳିତଥର ଅନେକ ଅସୁବିଧାର ସାମ୍ନା କରିଥିଲେ ସାଧାରଣ ଜନତା । ଖାସ କରି କରୋନା ପାଇଁ ବର୍ଷାଧିକ କାଳ ଲୋକ ଗୃହ ବନ୍ଦୀ ରହିବା ସହିତ ନାହିଁ ନଥିବା ଅସୁବିଧାର ସାମ୍ନା କରିଥିଲେ । ଆଉ ଏଭଳି ଦୁର୍ବିସହ ପରିସ୍ଥିତିରେ କେମିତି ଥିଲା ଆପଣଙ୍କ ପ୍ରତିନିଧିଙ୍କ ଭୁମିକା । ଆପଣମାନେ କେତେ ସହେଯାଗ ପାଇଛନ୍ତି ଆପଣଙ୍କ ପ୍ରତିନିଧିଙ୍କ ପାଖରୁ । ଏଇ ୪ବର୍ଷ ଭିତରେ କଣ କରିଛନ୍ତି ଆପଣଙ୍କ ବିଧାୟକ ବା ବିଧାୟିକା । ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ତାଙ୍କର ଅବଦାନ କଣ । ବିଧାନସଭାରେ ଆପଣଙ୍କ ପାଇଁ ସେ କିଭଳି ସ୍ୱର ଉତ୍ତୋଳନ କରିଛନ୍ତି । ସୋସିଆଲ ମିଡିଆ ହେଉ କି ସାଧାରଣ ଜୀବନ କେତେ ଆକ୍ଟିଭ ଆପଣଙ୍କ ନିର୍ବାଚିତ ପ୍ରତିନିଧି । କେଉଁ କେଉଁ ପ୍ରସଙ୍ଗକୁ ନେଇ ଆପଣଙ୍କ ବିଧାୟକ ବିବାଦ ଭିତରକୁ ଆସିଥିଲେ ଓ କେଉଁ କାମ ପାଇଁ ତାଙ୍କୁ ମିଳିଥିଲା ପ୍ରଂଶସା । ଚାଲନ୍ତୁ ଏଇ ପରିପ୍ରେକ୍ଷୀରେ ଦେଖିବା ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ରିପୋର୍ଟ କାର୍ଡ । ତାଙ୍କ ବିଷୟରେ ତ ଟିକନିକ ତର୍ଜମା କରିବା ହେଲେ ତା ପୁର୍ବରୁ ଆସନ୍ତୁ ଜାଣିନେବା ଭଦ୍ରକ ବିିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ କିଛି ଗୁରୁତ୍ୱପୁର୍ଣ୍ଣ ତଥ୍ୟ ।

  • ଭଦ୍ରକ ବିିଧାନସଭା ନିର୍ବାଚନମଣ୍ଡଳୀ

– ଭଦ୍ରକ ଜିଲ୍ଲାରେ ଥିବା ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଅନ୍ୟତମ ଭଦ୍ରକ ଅଣ ସଂରକ୍ଷିତ ଆସନ ।
– ଭଦ୍ରକ ମୁନସିପାଲଟି ଓ ଭଦ୍ରକ ବ୍ଲକକୁ ନେଇ ଗଠିତ ଭଦ୍ରକ ନିର୍ବାଚନ ମଣ୍ଡଳୀ
– ପାଖାପାଖି ଦୁଇ ଲକ୍ଷ ୫୦ ହଜାର ଭୋଟର ରହିଛନ୍ତି ଏଇ ନିର୍ବାଚନ ମଣ୍ଡଳୀରେ
– ୨୦୧୪ ସାଧାରଣ ନିର୍ବାଚନରେ ଏଠାରେ ୭୦.୪୨ ପ୍ରତିଶତ ଓ ୨୦୧୯ ନିର୍ବାଚନରେ ୭୧.୦୬ ପ୍ରତିଶତ ମତଦାନ ହୋଇଥିଲା
– ୨୦୧୯ ସାଧାରଣ ନିର୍ବାଚନରେ ଏଠି ଦେଖିବାକୁ ମିଳିଥିଲା ଏକପାଖିଆ ନିର୍ବାଚନ । ବିଜେଡି ପ୍ରାର୍ଥୀ ସଞ୍ଜିବଙ୍କୁ ୯୩ହଜାର ୬୬୮ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ନାୟକଙ୍କୁ ମିଳିଥିଲା ୬୦ହଜାର ୨୭୯ଟି ଭୋଟ । ସେହିଭଳି କଂଗ୍ରେସ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତିଙ୍କୁ ମିଳିଥିଲା ମୋଟ ୨୨ ହଜାର ୬୩୦ଟି ଭୋଟ ।
– ୩୩,୩୮୯ ଭୋଟର ବିଶାଳ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରଦୀପ ନାୟକଙ୍କୁ ମାତଦେଇ ପ୍ରଥମ ଥର ପାଇଁ ଭଦ୍ରକର ବିଧାୟକ ସାଜିଥିଲେ ସଞ୍ଜିବ ମଲ୍ଲିକ ।

ଭଦ୍ରକ ବିଧାନସଭା ଆସନ ସହ ଗତ ୨୦୧୯ ନିର୍ବାଚନରେ ଫଳାଫଳ ବିଷୟରେ ତ ଜାଣିଲେ । ଏବେ ଆସନ୍ତୁ ଜାଣିିବା ବିଧାୟକଙ୍କ ପାରିବାରିକ ଜୀବନ ବିଷୟରେ । ବିଧାୟକ ହେବା ପୁର୍ବରୁ ସଂଜିବ କଣ କରୁଥିଲେ । ତାଙ୍କ ବାଲ୍ୟ ଜୀବନ ଓ ପାରିବାରିକ ଜୀବନ କେମିତି ଥିଲା । କେମିତିଥିଲା ତାଙ୍କର ରାଜନୈତିକ ଯାତ୍ରା । ଆର୍ଥିକ ଭାବେ ସେ କେତେ ସ୍ୱଚ୍ଛଳ ଏବଂ ତାଙ୍କ ନାଁରେ ରହିଛି କେଉଁ କେଉଁ ଅପରାଧିକ ମାମଲା ।

  • ସଞ୍ଜିବ ମଲ୍ଲିକ

– ୧୧ ଏପ୍ରିଲ୧୯୭୫ ମସିହାରେ ଜନ୍ମଗ୍ରହଣ କରିଥିିଲେ ସଞ୍ଜିବ
– ବାପା ସ୍ୱର୍ଗତଃ ହୃଦାନନ୍ଦ ମଲ୍ଲିକ ଓ ମା ଅର୍ଣ୍ଣପୂର୍ଣ୍ଣା ମଲ୍ଲିକ
– ଭଦ୍ରକ ଲ’ କଲେଜରୁ ବେଚଲର ଡିଗ୍ରୀ ଓ ଭଦ୍ରକ କଲେଜରୁ କମର୍ସରେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି ସଞ୍ଜିବ
– ସଞ୍ଜିବଙ୍କ ଧର୍ମପତ୍ନୀ ହେଉଛନ୍ତି ଶ୍ରୀମତି ପ୍ରିୟଦର୍ଶିନୀ ମଲ୍ଲିକ ସେ ମଧ୍ୟ ଜଣେ ଗହଣା ବ୍ୟବସାୟୀ ଏବଂ ତାଙ୍କର ଦୁଇ ଜଣ ପୁଅ ଅଛନ୍ତି
– ସଞ୍ଜିବଙ୍କ ଘର ଠିକଣା ହେଉଛି ଅପର୍ତ୍ତିବିନ୍ଧା, ପୋଷ୍ଟ-ଭଦ୍ରକ, ଜିଲ୍ଲା-ଭଦ୍ରକ, ପିନ- ୭୫୬୧୦୦
– ସଞ୍ଜିବଙ୍କ ନିକଟରେ ୧୯କୋଟି ୧୫ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା ବେଳେ ସେ ପାଖାପାଖି ୭ କୋଟି୫୫ଲକ୍ଷ ଟଙ୍କାର ବ୍ୟାଙ୍କ ଲୋନ ନେଇଛନ୍ତି । ଏବଂ ରାଜ୍ୟର କୋଟିପତି ବିଧାୟକଙ୍କ ଭିତରୁ ସେ ଅନ୍ୟତମ।
– ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ

ରାଜନୀତି ଓ ବିବାଦ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି । କୌଣସି ପ୍ରସଙ୍ଗକୁ ନେଇ କେତେବେଳେ ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡେ ତ ଏହାକୁ ନେଇ କେତେବେଳେ ସାଧରାଣ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡେ । କେତେବଳେ କୌଣସି ପ୍ରସଙ୍ଗ ଜନ ପ୍ରତିନିଧିଙ୍କୁ ପ୍ରଶଂସାରେ ପୋତି ପକାଏ ତ କେତେବେଳେ ଛବିକୁ ସର୍ବସାଧାରଣରେ ମଳିନ କରିଦିଏ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ କାରଣ ପାଇଁ ବିବାଦ ଭିତରକୁ ଆସିଥିଲେ ସଞ୍ଜିବ ଆଉ କେଉଁ ପ୍ରସଙ୍ଗ ତାଙ୍କୁ ରାଜନୈତିକ ମଇଦାନରେ ବେଶ ମାଇଲେଜ ଦେଇଥିଲା।

  • ସଞ୍ଜିବଙ୍କ ବିବାଦ ଓ ସଫଳତା

ସଞ୍ଜିବ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଛନ୍ତି ସତ । କିନ୍ତୁ ତାଙ୍କ ଜନ୍ମ ଗୋଟିଏ ରାଜନୈତିକ ପରିବାରରେ । ତାଙ୍କ ବାପା ହୃଦନନ୍ଦ ମଲ୍ଲିକ ଜଣେ ସ୍ୱାଧୀନତା ସଂଗ୍ରାମୀ । ଏହା ସହିତ ସେ ଧାମନଗର ଆସନରୁ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସଂଜିବଙ୍କ ବଡ ଭାଇ ମାନସ ମଲ୍ଲିକ ମଧ୍ୟ ଜଣେ ରାଜନେତା । ସେ ମଧ୍ୟ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ମାନସ ୨୦୦୦ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ବିଜେପି ପ୍ରାର୍ଥୀ ମନମୋହନ ସାମଲଙ୍କୁ ହରାଇଥିଲେ ଯେତେବେଳେ ମନମୋହନଙ୍କ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ପ୍ରଚାର କରିବାକୁ ଆସିଥିଲେ । ଭଦ୍ରକ ମାଟିରେ ଦୀର୍ଘ ଦିନରୁ ଏଇ ପରିବାରର ରାଜନୈତିକ ଦବଦବା ରହି ଆସୁଥିବା ବେଳେ ଏବେ କିନ୍ତୁ ନିଜ ଦଳୀୟ ଲୋକଙ୍କ ବିରୋଧର ସାମନା କରିବାକୁ ପଡୁଛି ସଂଜିବଙ୍କୁ । ଅସିତ ପଟ୍ଟନାୟକଙ୍କ ଗୋଷ୍ଠୀ ଓ ସଞ୍ଜିବଙ୍କ ଗୋଷ୍ଠୀ ଦଳକୁ ସେଠାରେ ଦୁଇ ଭାଗ କରି ଦେଇଛି । ଖାସ ସେଇଥିପାଇଁ ଭଦ୍ରକ ମୁନସିପାଲଟି ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ସ୍ୱାଧୀନ ପ୍ରାର୍ଥିନୀ ଗୁଲମୁକିମ ହବିବ ଚେୟାରମ୍ୟାନ ହୋଇଥିଲେ । ଏହାସହ ଧାମନଗର ଉପ ନିର୍ବାଚନରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଟିକେଟ ନ ମିଳିବାରୁ ଦଳ ବିରୋଧରେ ବିଦ୍ରୋହ କରିଥିଲେ ରାଜୁ ଦାସ । ଯେଉଁଥି ପାଇଁ ବିଜେଡି ପ୍ରାର୍ଥିନୀଙ୍କୁ ହରାଇ ବାଜିମାତ କରିଥିଲେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ । ଆଉ ଏଇ ଦୁଇ ନିର୍ବାଚନରେ ବିଫଳତା ସଞ୍ଜିବଙ୍କୁ ନିଜ ଅଞ୍ଚଳରେ ବ୍ୟାକଫୁଟକୁ ନେଇ ଆସିବା ସହ ପାୱାର କରିଡରରେ ତାଙ୍କ ଓଜନ କମାଇ ଦେଇଥିଲା । ଏପରିକି ନିଜ ଭିତରେ ଚାଲିଥିବା ବିବାଦ ପାଇଁ ସଞ୍ଜିବଙ୍କ ଭଦ୍ରକର ସ୍ମାର୍ଟ ସିଟି ପ୍ରତିଶୃତି ଏବେବି ଅଧପନ୍ତରିଆ ହୋଇ ପଡ଼ି ରହିଛି ।

  • ଆସନ୍ତୁ ନଜର ପକାଇବା ଭଦ୍ରକରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଉପରେ

– ଭଦ୍ରକରେ ନେହରୁ ଷ୍ଟାଡିଅମର ରୂପାନ୍ତରୀକରଣ, ବାଗୁରାଇରେ ଇଣ୍ଡୋର ଷ୍ଟାଡିଅମର ନିର୍ମାଣ, ଭଦ୍ରକରେ ନୂଆ ବସଷ୍ଟାଣ୍ଡର ନିର୍ମାଣ, ୩୦୦ ଶଯ୍ୟା ବିଷିଷ୍ଟ ଭଦ୍ରକ ମୁଖ୍ୟଡାକ୍ତରଖାନା, ୧୦୦ ଶଯ୍ୟା ବିଷିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟ ନିର୍ମାଣ, ପଥପ୍ରାନ୍ତ ଜନସୁବିଧା କେନ୍ଦ୍ର , ଗ୍ରାମଞ୍ଚଳରେ ବିଭିନ୍ନ ରାସ୍ତା ଘାଟ ନିର୍ମାଣ ସହ ବିଦ୍ୟୁତିକରଣ, ୫ଟି ଅଧିନରେ ସ୍କୁଲ ଓ କଲେଜର ରୁପାନ୍ତରୀକରଣ ,ବିଭିନ୍ନ ମନ୍ଦିର ଓ ମସଜିଦର ଉନ୍ନତିକରଣ ସହ ସାଫଲ୍ୟ କାର୍ଯ୍ୟକ୍ରମ କରି ସ୍ଥାନୀୟ ପ୍ରତିଭାଙ୍କୁ ସମ୍ମାନିତ କରି ଲୋକଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି ସଂଜିବ । ସଂଜିବଙ୍କ ବିକାଶମୂଳକ କାମକୁ ଭଲ ବୋଲି କୁହାଯିବ ।

ସାଧାରଣତଃ ପଞ୍ଚାୟତ ଓ ପୌର ନିର୍ବାଚନ ଲଢାଯାଇଥାଏ ସ୍ଥାନୀୟ ବିଧାୟକ କିମ୍ବା ବିଧାୟିକାଙ୍କ ତତ୍ତ୍ୱାବଧାନରେ । ଆଉ ସଫଳତା ଓ ବିଫଳତାର ଶ୍ରେୟ ଯାଇଥାଏ ତାଙ୍କରି ମୁଣ୍ଡକୁ । ୨୦୨୨ରେ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ଭଦ୍ରକରେ ସଞ୍ଜିବଙ୍କ ନେତୃତ୍ୱରେ ଲଢିଥିଲା ବିଜେଡି । ତେବେ ଆସନ୍ତୁ ନଜର ପକାଇବା କେମିତି ଥିଲା ଭଦ୍ରକରେ ସମ୍ବିତଙ୍କ ପରଫରମାନ୍ସ ।

  • ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନ

– ଭଦ୍ରକ ନିର୍ବାଚନ ମଣ୍ଡଳୀରେ ରହିଛି ଗୋଟିଏ ବ୍ଲକ ଓ ଗୋଟିଏ ମୁନସିପାଲିଟି ରହିଛି ।
– ଭଦ୍ରକ ବ୍ଲକ ଅଧିନ ୪ଟି ଜିଲ୍ଲା ପରିଷଦ ଜୋନରୁ ୪ଟି ଯାକ ଆସନରେ ବାଜି ମାରି ନେଇଥିଲା ବିଜେଡି
– ଭଦ୍ରକ ବ୍ଲକ ଚେୟାରମ୍ୟାନ ହେଉଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀନି ଉର୍ମିଳା ନାୟକ
– ଭଦ୍ରକ ମୁନସିପାଲିଟିି ନିର୍ବାଚନରେ୩୦ଟି ୱାର୍ଡରୁ ୧୭ଟିରେ ବିଜେଡି, କଂଗ୍ରେସ ୬ଟି, ବିଜେପି ୧ଟି, ଓ ସ୍ୱାଧିନ ପ୍ରାର୍ଥୀ ୬ଟି ୱାର୍ଡ ହାତେଇବାରେ ସକ୍ଷମ ହୋଇଥିଲା ।
– ସ୍ୱାଧୀନ ପ୍ରାର୍ଥିନୀ ଗୁଲମକି ହୋଇଥିଲେ ଭଦ୍ରକ ମୁନସିପାଲିଟି ଅଧ୍ୟକ୍ଷ
– ଜିଲ୍ଲା ପରିଷଦରେ ବିଜେଡି କ୍ଲିନ ସ୍ୱିପ କରିଥିବା ବେଳେ ମୁନସିପାଲଟିକୁ ଦଖଲ କରି ପାରିନଥିଲେ ସଞ୍ଜିବ। ଖାସକରି ଗୁଲମକିମଙ୍କ ବିଜୟ ସଞ୍ଜିବଙ୍କୁ ଏକ ରାଜନୈତିକ ଝଟକା ଦେଇଥିଲା । ଯେଉଁଥି ପାଇଁ ତାଙ୍କୁ ବ୍ୟାକଫୁଟରେ ରହବାକୁ ପଡଲା । ସଂଜିବଙ୍କ ପରଫମାନ୍ସକୁ ଆଭରେଜ ହିଁ କୁହାଯିବ

ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର । ନିଜ ଅଞ୍ଚଳର ଅସୁବିଧା କୁ ନେଇ ସ୍ୱର ଉତ୍ତୋଳନ କରିବା ସହ ବିକାଶ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଲୋକେ ଜଣେ ପ୍ରତିନିଧିଙ୍କୁ ପଠାଇଥାନ୍ତି ବିଧାନସଭା । ଆଉ ଏଇଠି ଧରା ପଡିଯାଏ ଜଣେ ଜନପ୍ରତିନିଧିଙ୍କ ପାରିବା ପାଣିଆ । ତେବେ ଆସନ୍ତୁ ନଜର ପକାଇବା ବିଧାନସଭାରେ କେମିତି ଥିଲା ଭଦ୍ରକ ବିଧାୟିକ ସଞ୍ଜିବ ମଲ୍ଲିକଙ୍କ ପରଫରମାନ୍ସ ।

  • ବିଧାନସଭାରେ ସଞ୍ଜିବ

– ଷୋଡଷ ବିଧାନସଭାରେ ଭଦ୍ରକର ପ୍ରତିନିଧି ସାଜି ପବିତ୍ରଗୃହରେ ପାଦ ଦେଇଥିଲେ ସଂଜିବ । ୨୦୧୯ରୁ ଆଜି ପର୍ଯ୍ୟନ୍ତ ବିଧାନସଭାରେ ସେ ୩୦ରୁ ଅଧିକ ତାରକା ପ୍ରଶ୍ନ ସହିତ ୧୦୦ରୁ ଅଧିକ ଅଣତାରକା ପ୍ରଶ୍ନ ପଚାରିଛନ୍ତି । ଏହାରି ଭିତରେ ସ୍ଥାନୀୟ ଅଞ୍ଚଳର ପ୍ରସଙ୍ଗକୁ ନେଇ ବିଧାନସଭାରେ ଅନେକ ପ୍ରଶ୍ନ ପଚାରିଛନ୍ତି ବିଭାଗୀୟ ମନ୍ତ୍ରୀଙ୍କୁ । ସ୍ଥୀନୀୟ ଲୋକଙ୍କ ହିତ ପାଇଁ ଭଦ୍ରକରେ ଟାଉନ ବସ ଚଳାଚଳ, ଜିଲ୍ଲାରେ ବନ୍ୟା ନିୟନ୍ତ୍ରଣ, ମତ୍ସ ଉତ୍ପାଦନ ବୃଦ୍ଧି ସହ ମତ୍ସ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ, ସମୁଦ୍ର ଉପକୂଳ ଅଞ୍ଚଳ ଗାଁ ଗୁଡିକୁ ପାନୀୟ ଜଳ ଯୋଗାଣ, ଭଦ୍ରକାଳୀ ମନ୍ଦିରର ପୂଜା ପାଇଁ ସ୍ୱତନ୍ତ୍ର ଫଣ୍ଡ, ଅଧିକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ , ଜିଲ୍ଲାରେ ଜଳ ବିଦ୍ୟୁତ ଉତ୍ପାଦନର ପ୍ରସ୍ତାବକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।

ରାଜନୀତିର ଅର୍ଥ ସାଧାରଣ ଲୋକଙ୍କ ସହିତ ଯୋଡି ହେବା ବା ମିଶିବା ଏବଂ ସେମାନଙ୍କ ସୁଖଦୁଃଖରେ ସାମିଲ ହେବା । ପୁର୍ବରୁ ଏଥିପାଇଁ ଲୋକଙ୍କୁ ଜନ ପ୍ରତିନିଧିଙ୍କ ପାଖକୁ ଯିବାକୁ ପଡୁଥିଲା କିମ୍ବ ଜନ ପ୍ରତିନିଧିଙ୍କୁ ଆସିବାକୁ ପଡୁଥିଲା ଜନତାଙ୍କ ପାଖକୁ । କିନ୍ତୁ ଏବେ ଟେକ୍ନୋଲୋଜି ଯୁଗରେ ସବୁ କିଛି ହାତ ପାହାନ୍ତାରେ । ଘରେ ବସି ଏକା ସାଙ୍ଗରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାସାଙ୍ଗରେ ଯୋଗାଯୋଗ କରିହେଉଛି ସୋସିଆଲ ମିଡିଆରେ । ତେବେ ଆସନ୍ତୁ ଦେଖିବା ସୋସିଆଲ ମିଡିଆରେ କେତେ ଆକ୍ଟିଭ ଆମ ବିଧାୟକ ସଞ୍ଜିବ ମଲ୍ଲିକ ।

  • ସୋସିଆଲ ମିଡିଆରେ ସମ୍ବିତ୍‌

ପ୍ରଥମେ ଦେଖିବା ଫେସବୁକ ପ୍ରୋଫାଇଲ । ଫେସବୁକରେ ବେଶ ଆକ୍ଟିଭ ଅଛନ୍ତି ସଞ୍ଜିବ ମଲ୍ଲିକ । ଫେସବୁକରେ ତାଙ୍କର ଦୁଇଟି ପ୍ରୋଫାଇଲ ରହିଛି। ଗୋଟିଏ ପ୍ରୋଫାଇଲ ଲକ ଥିବା ବେଳେ ଅନ୍ୟ ଆକାଉଣ୍ଟରେ ୧୧ ହଜାର ଫଲୋଅର ଅଛନ୍ତି । ଏଇ ଆକାଉଣ୍ଟରେ ସେ ଦିନକୁ ଗୋଟିଏ କିମ୍ବା ଦୁଇଟି ପୋଷ୍ଟ କରିଥାନ୍ତି । ବିଧାୟକ ସଞ୍ଜିବ ମଲ୍ଲିକ ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି । ଆଉ ଏଥିରେ ବି ସେ ପୁରା ଆକ୍ଟିଭ । ଇନଷ୍ଟାରେ ତାଙ୍କର ପ୍ରାୟ ୪୨୦୦ରୁ ଅଧିକ ଫଲୋଅର । ଇନଷ୍ଟାରେ ବି ସେ ପ୍ରତ୍ୟେକ ଦିନ ପୋଷ୍ଟ କରିଥାନ୍ତି । ସେହିଭଳି ଟ୍ୱିଟରରେ ବି ସକ୍ରିୟ ଭଦ୍ରକ ବିଧାୟକ । ଟ୍ୱିଟରରେ ତାଙ୍କର ପାଖାପାଖି ୫୦୦୦ରୁ ଅଧିକ ଫଲୋଅର ଅଛନ୍ତି । କିନ୍ତୁ ଟ୍ୱିଟରରେ ଟିକେ କମ ଆକ୍ଟିଭ । ଦୁଇ ତିନି ଦିନ ଅନ୍ତରାଳରେ ସେ ପୋଷ୍ଟ କରିଥାନ୍ତି । ଦେଖିବାକୁ ଗଲେ ସୋସିଆଲ ମିଡିଆରେ ସମ୍ବିତଙ୍କ ପରଫରମାନ୍ସ ବହୁତ ଭଲ ରହିଛି ।

ଏଥର ରିପୋର୍ଟ କାର୍ଡରେ ଦେଖିଲେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ପରଫରମାନ୍ସ । ସଞ୍ଜିବଙ୍କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ । ଆଗାମୀ ରିପୋର୍ଟ କାର୍ଡରେ ଆଉ ଜଣେ ବିଧାୟକଙ୍କ ପରଫରମାନ୍ସ ଉପରେ ଦେବୁ ଟିକନିକ ତଥ୍ୟ । ରହୁଛୁ ନମସ୍କାର ।

Related Articles

Back to top button
WP Twitter Auto Publish Powered By : XYZScripts.com