ଓଡ଼ିଶା

ବାଲିପାଟଣା ବନାଞ୍ଚଳ ଅଧିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଅନ୍ତା, ୨୪/୦୮/୨୦୨୨ –   ବାଲିଅନ୍ତା ଗ୍ରାମ ପଞ୍ଚାୟତର ଧମିଲୋ ଗ୍ରାମ ଠାରୁ ଭିଙ୍ଗାରପୁର ଗ୍ରାମ ପଞ୍ଚାୟତର ଇଚ୍ଛାଦେଇ ପରଣା ପର୍ଯ୍ୟନ୍ତ ୨ କି.ମି. ରାସ୍ତାର ଉଭୟ ପାର୍ଶ୍ଵରେ ଏକ ହଜାର ଚାରା ରୋପଣ କାର୍ଯ୍ୟକ୍ରମ ଯୁବ ସମାଜ ସେବୀ ବିଜୟ କୁମାର ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମଟି ଏମ.ଜି.ଏନ୍.ଆର.ଏସ୍ ମାଧ୍ୟରେ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିପାଟଣା ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ବାଲିଅନ୍ତା ସରପଞ୍ଚ କୃଷ୍ଣ କେଶବ ଆପଟ, ଆଇ ଆଇ ଟି କୋଡ଼ିନେଟର ପ୍ରଦ୍ମଲାଭ ତ୍ରିପାଠୀ, ସମିତି ସଭ୍ୟା କୁନି ପ୍ରଧାନ, ଇଚ୍ଛାଦେଇ ପଟଣାର ୱାର୍ଡ ମେମ୍ବର ସରୋଜ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ରଘୁନାଥ ଭୋଇ, ଉମେଶ ଭୋଇ, ରଘୁନାଥ ସାମଲ, ଲିପୁନା ଭୋଇ, ଶ୍ରୀଧର ପ୍ରଧାନ ସାହୁ ପ୍ରମୁଖ ବୃକ୍ଷ ରୋପଣ କରିବାରେ ସହଯୋଗ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com