ପୁରୁଷୋତ୍ତମପୁର: ତିନୋଟି ସ୍ଥାନରେ ୫୨ ଲକ୍ଷ ଟଙ୍କାର ଫେବର ରୋଡ଼ ଡ୍ରେନ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍ଏସିର ୧,୩ ,୪,୫ ୱାର୍ଡର ପୋଲିସ ଥାନା ପାଖରୁ ‘ ବଡ଼ ବଜ଼ାର ଦେଇ ‘ ଆରଆଇ ଅଫିସ ପର୍ଯ୍ୟନ୍ତ ୨O ଲକ୍ଷ ଟଙ୍କା । ବଡବଜ଼ାର ଠାରୁ ମହାତ୍ମା ଗାନ୍ଧୀ ଛକ ଯାଏଁ ୧୪ ଲକ୍ଷରୁ ଅଧିକ ଟଙ୍କା । ଗଡ଼ ସାହି ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଠାରୁ ଗଡ଼ ସାହି ପ୍ରାଥମିକ ବିଦ୍ୟାଳୟ ଯାଏଁ ୧୮ ଲକ୍ଷ ଟଙ୍କାର ଫେବର ରୋଡ଼ ସହିତ ଡ୍ରେନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।
ସେହିପରି ଆଜିର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ସବୁ ୱାର୍ଡର କାଉନସିଲର ଉପସ୍ଥିତ ରହିଥିଲେ । ଅରୁଣ କୁମାର ମହାଙ୍କୁଡ, ଲିଙ୍ଗରାଜ ବେହେରା’ ସଜନୀ ବେହେରାଙ୍କ ସହିତ ଅନ୍ୟ ୱାର୍ଡ ସଭ୍ୟାଙ୍କ ପ୍ରତିନିଧି ଭାଗିରଥୀ ବେହେରା, ବିପ୍ର ବେହେରା, ଚିଣ୍ଟୁ ମହାପାତ୍ର, ଲୋକନାଥ ବେହେରା ,ନଗର ବିଜେଡି ସଭାପତି ପ୍ରଭାତ କୁମାର ପଟ୍ଟନାୟକ,ନଗର ଯୁବ ସଭାପତି ମନୋଜ କୁମାର ଗୌଡ଼,ନଗର ଯୁବ ବିଜେଡି ନେତୃତ୍ୱ ରମେଶ ମହାଙ୍କୁଡ, ପ୍ରଦୀପ କୁମାର ବେହେରା, ସୁନୀଲ କୁମାର ବେହେରା, ହରେକୃଷ୍ଣ ଆଚାରୀ ଉପସ୍ଥିତି । ଏହା ସହିତ ଏନଏସି କନିଷ୍ଠ ଯନ୍ତ୍ରୀ ରାମ ଚନ୍ଦ୍ର ପିଙ୍ଗୁଆ, ଠିକାଦାର ପ୍ରତାପ ଚନ୍ଦ୍ର ପଣ୍ଡା ଏବଂ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତ ରହିଥିଲେ ।
Back to top button