ସ୍ୱାସ୍ଥ୍ୟ

ଆଜିଠୁ ପୁଣି ରାଜ୍ୟରେ କୋଭିଡ଼ ଟିକାକରଣ

ଭୁବନେଶ୍ୱର, ୧୯/୦୧/୨୦୨୩ –   ଗୁରୁବାରଠାରୁ ପୁଣି ରାଜ୍ୟରେ କୋଭିଡ଼ ଟିକାକରଣ ଆରମ୍ଭ କରାଯାଇଛି । ଏଥିପାଇଁ ୧ ଲକ୍ଷ କୋଭିସିଲଡ଼ ଟିକା ଡୋଜ ଆସିଛି । ପୁରୁଣା ଗାଇଡ଼ଲାଇନ ଅନୁସାରେ ଟିକାକରଣ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପଞ୍ଜିକରଣ କରି ଟିକା ନେଇ ପାରିବେ । ସରକାରୀ ହସ୍ପିଟାଲ ଗୁଡିକରେ ଟିକା ଦିଆଯାଉଛି । ଭୁବନେଶ୍ୱରରେ ପୂର୍ବ ପରି ଯେଉଁ ଯେଉଁ ସେଣ୍ଟର ଗୁଡିକ ମଧ୍ୟ ରହିଥିଲା ସେଠି ମଧ୍ୟ ଟିକା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ ନେଇଛନ୍ତି । ସମ୍ଭାବ୍ୟ ସଂକ୍ରମଣ ବଢ଼ିବା ଆଶା କରାଯାଉଥିବା ବେଳେ ଯେଉଁମାନେ ଦ୍ୱିତୀୟ ଓ ବୁଷ୍ଟର ନେଇ ନାହାନ୍ତି ସେମାନେ ଟିକା ନିଅନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com