Featuredଜାତୀୟରାଜନୀତି

ଜାତୀୟ ଦଳର ମାନ୍ୟତା ଲାଭ କଲା AAP

୧୦ ବର୍ଷର ରାଜନୈତିକ ଯାତ୍ରା ପରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ଜାତୀୟ ଦଳର ଏଲିଟ୍ ଗ୍ରୁପରେ ସାମିଲ ହୋଇଛି । ଦିଲ୍ଲୀ ମହାନଗର ନିଗମରେ ଶାନଦାର ବିଜୟ, ଗୁଜରାଟ ବିଧାନସଭା ନିର୍ବାଚନରେ ୫ଟି ସିଟରେ ବିଜୟ ପରେ ଆପକୁ ଜାତୀୟ ଦଳର ମାନ୍ୟତା ମିଳିଛି । ରାଷ୍ଟ୍ରୀୟ ପାର୍ଟି ଭାବେ ସ୍ୱୀକୃତି ମିଳିବା ପରେ ଆପର ଦଳୀୟ ଚିହ୍ନ ଝାଡ଼ୁ ସ୍ଥାୟୀ ହୋଇଯିବ । ସାରା ଦେଶରେ ଝାଡ଼ୁ ଆପର ନିର୍ବାଚନୀ ଚିହ୍ନ ହେବ । ଆପର ପ୍ରାର୍ଥୀମାନେ ଏବେ ବାଲାଟ / ଇଭିଏମ ଉପରେ ଦେଖାଦେବେ । ଦେଶର ରାଜଧାନୀ ଦିଲ୍ଲୀରେ ଆପକୁ ଏକ ଅଫିସ ମିଳିବ । ପୂର୍ବରୁ ଆପକୁ କିଛି ଅର୍ଥ ଖର୍ଚ୍ଚ କରି ଭୋଟର ଲିଷ୍ଟ ହାସଲ କରିବାକୁ ପଡ଼ୁଥିଲା । ମାତ୍ର ଏବେ ପ୍ରତ୍ୟେକ ରାଜ୍ୟର ଭୋଟର ଲିଷ୍ଟ ଦଳକୁ ମାଗଣାରେ ମିଳିବ । ବର୍ତ୍ତମାନ ସୁଦ୍ଧା ଆପ ଜାତୀୟ ସ୍ତରରେ ୨୦ ଜଣ ତାରକା ପ୍ରଚାରକଙ୍କୁ ଲିଷ୍ଟରେ ସାମିଲ କରିପାରୁଥିଲା । ମାତ୍ର ଏବେ ଏହି ସଂଖା ବୃଦ୍ଧି ପାଇ ୪୦ରେ ପହଞ୍ଚିଯିବ । ଆପକୁ ଏବେ ଜାତୀୟ ସ୍ତରରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପାଇଁ ରେଡିଓ ଓ ଟେଲିଭିଜନରେ ସମୟ ମିଳିପାରିବ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଏବେ ସରକାରୀ ବାସଭବନ ମିଳିପାରିବ । ଦଳର ନାମାଙ୍କନ ପତ୍ରରେ କେବଳ ଜଣେ ପ୍ରସ୍ତାବକଙ୍କ ଆବଶ୍ୟକତା ପଡ଼ିବ ।

Related Articles

Back to top button
WP Twitter Auto Publish Powered By : XYZScripts.com