ଜାତୀୟ

ଅନ୍ତିମ ଯାତ୍ରାରେ ଲତା: ଶିବାଜୀ ପାର୍କ ଅଭିମୁଖେ ପାର୍ଥିବ ଶରୀର

ମୁମ୍ବାଇ: ଅନ୍ତିମ ଯାତ୍ରାରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ମୁମ୍ବାଇ ସ୍ଥିତ ବାସଭବନରୁ ବିରାଟ ଶୋଭାଯାତ୍ରରେ ପ୍ରଭୁକୁଞ୍ଜରରୁ ଶିବାଜୀ ପାର୍କ ଅଭିମୁଖେ ବାହାରିଲା ପାର୍ଥିବ ଶରୀର । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସନ୍ଧ୍ୟା ସାଢ଼େ ୬ ଟାରେ ହେବ ଶେଷକୃତ୍ୟ । ସେପଟେ ଅମିତାଭ ବଚ୍ଚନ ସ୍ୱର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ନରେନ୍ଦ୍ର ମୋଦି ମଧ୍ୟ ଶେଷକୃତ୍ୟରେ ସାମିଲ ହେବେ ।

ଉଲ୍ଲେଖଯୋଗ୍ୟ, ରବିବାର ସୁର ସାମ୍ରାଞ୍ଜୀ ଲତା ମଙ୍ଗେସକରଙ୍କ ମୁମ୍ବାଇ ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ବିଗତ ୨୯ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକର ଘୋଷଣା କରାଯାଇଛି । ୨ ଦିନ ପାଇଁ ଅର୍ଦ୍ଧନମିତ ରଖାଯିବ ରାଷ୍ଟ୍ରୀୟ ପତାକା ।

Related Articles

Back to top button
WP Twitter Auto Publish Powered By : XYZScripts.com