ଜାତୀୟ

ଧରାପଡିଲା ଚୀନର ମିଛ : ୧୫ ଜୁନରେ କଣ ହୋଇଥିଲା ? ସ୍ପଷ୍ଟ ଭାବରେ ଉଲେକ୍ଷ କରିଛି ଅଷ୍ଟ୍ରେଲିଆର ନ୍ୟୁଜ୍ ପେପର ଦ କ୍ଲାକ୍ସନ୍ ।

ନୂଆଦିଲ୍ଲୀ: ପଦାକୁ ଆସୁଛି ଗଲୱାନ ସତ । ଧରା ପଡ଼ୁଛି ଚାଇନାର ମିଛ । ଗଲୱାନ ସଂଘର୍ଷରେ ଚୀନର କେତେ ଯବାନ ମରିଥିଲେ ? ପ୍ରଥମେ ବେଜିଂ କୌଣସି ଯବାନଙ୍କ ମୃତ୍ୟୁ ହୋଇନଥିବା କହିଥିଲା । ପରେ ୨୦୨୧ ଫେବ୍ରୁଆରୀରେ ୪ ଜଣଙ୍କୁ ମରଣୋତ୍ତର ଭାବେ ମେଡାଲ ଦେଇଥିଲା ଚୀନ । ଏବେ ଚୀନର ସେହି ମିଛକୁ ଧରା ପକାଇଛି ଅଷ୍ଟ୍ରେଲିଆର ନ୍ୟୁଜ୍ ପେପର ଦ କ୍ଲାକ୍ସନ୍ ।

Galwan Valley: वही बदनाम घाटी जहां 58 साल पहले चीन ने द‍िया था धोखा, फि‍र की

ଗଲୱାନ ହିଂସାରେ ପିଏଲ୍ଏର ୩୮ ଜଣ ସୈନିକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା ସଂସ୍ଥା ଦାବି କରିଛି । ଜୁନ୍ ୧୫ ଓ ୧୬ ତାରିଖର ଅନ୍ଧାର ରାତିରେ ଗଲୱାନ ନଦୀ ପାର ବେଳେ ୩୮ ଜଣ ଚୀନ ସୈନିକ ଭାସି ଯାଇଥିବା ନେଇ ଅନୁସନ୍ଧାନ ମୂଳକ ଖବର ଚାପିଛି ଅଷ୍ଟ୍ରେଲିଆର ଖବରକାଗଜ । ସୋସିଆଲ୍ ମିଡିଆ ରିସର୍ଚ୍ଚ ଏବଂ କିଛି ଚାଇନିଜ୍ ବ୍ଲଗରଙ୍କୁ ଆଧାର କରି ସଂସ୍ଥା ଏଭଳି ରିପୋର୍ଟ ଦେଇଛି ।

୧୫ ଜୁନରେ କଣ ହୋଇଥିଲା ?

ଜୁନ୍ ୧୫ ରାତିରେ ଗଲୱାନ ଭ୍ୟାଲିରେ ଚୀନ-ଭାରତ ସୈନିକ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ସେବେଠୁ ଚୀନ ଯବାନ ମୃତାହତକୁ ଅସ୍ୱୀକାର କରି ଆସୁଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com