ଓଡ଼ିଶା

ଚିତ୍ରକୋଣ୍ଡାରେ ୨ ସାମ୍ବାଦିକଙ୍କୁ ଗିରଫ ଘଟଣାକୁ ନିନ୍ଦା କଲେ ଜୟପୁର ବିଧାୟକ, ଏସଡିପିଓଙ୍କୁ ତୁରନ୍ତ ହଟାଇବାକୁ ଦାବି

ଜୟପୁରଔଷଧ ବିକଳରେ ତାଟିଆ କାମୁଡୁଛି ଚିତ୍ରକୋଣ୍ଡା ପୋଲିସ । ପୋଲିସ ନିର୍ଯାତନା ସହି ନପାରି ସୋମବାର ଚିତ୍ରକୋଣ୍ଡାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସ୍ବାଭିମାନ ଅଞ୍ଚଳର ଶହ ଶହ ଆଦିବାସୀ । ଏହାକୁ କଂଗ୍ରେସ ସମର୍ଥନ କରିବା ସହ ଜୟପୁର ବିଧାୟକ ବି ଏଥିରେ ସାମିଲ ହୋଇଥିଲେ। ତେବେ ପରେ କଂଗ୍ରେସ କର୍ମୀ ପୋଲିସ ବିରୋଧରେ ଗର୍ଜିବା ସହ ଥାନା ଭଙ୍ଗାରୁଜା କରିଥିଲେ। ପୋଲିସ ଉପରେ ବି ଆକ୍ରମଣ ହୋଇଥିଲା । ଆଉ ଏହି ଘଟଣାକୁ ନେଇ ଏବେ ପୋଲିସ ଆକ୍ରୋଶମୂଳକ ଭାବେ ୨ ଜଣ ସାମ୍ବାଦିକଙ୍କୁ ଗିରଫ କରିଛି ।

ସେହି ସମୟରେ ଉପସ୍ଥିତ ରହି ଥାନା ଭିତରର ଭିଜୁଆଲ ଉତ୍ତୋଳନ କରିଥିବାରୁ ନ୍ୟୁଜ୍ ୭ର ଚିତ୍ରକୋଣ୍ଡା ପ୍ରତିନିଧି ଦେବ ମାଇତି ଓ ଅନ୍ୟ ଜଣେ ସାମ୍ବାଦିକଙ୍କ ସମେତ ମୋଟ୍ ୧୮ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାକୁ ନିନ୍ଦା କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ରାତି ୨ଟାରେ ଯେପରି ଭାବେ ପୋଲିସ ୨ଜଣ ସାମ୍ବାଦିକଙ୍କୁ ଗିରଫ କରିଛି ତାହାକୁ ତାରା ଦୃଢ ନିନ୍ଦା କରିବା ସହ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କୁ ତୁରନ୍ତ ହଟାଇବା ପାଇଁ ଦାବି କରିଛନ୍ତି । ନଚେତ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଯିବା ସହ ଆଗକୁ କଂଗ୍ରେସ କ’ଣ କରିବ ସମସ୍ତେ ତାହା ଦେଖିବେ ବୋଲି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com