ଜାତୀୟରାଜନୀତି

ରାହୁଲଙ୍କୁ EDର ଜେରା ବିରୋଧରେ କଣ୍ଟାବାଞ୍ଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ, କେନ୍ଦ୍ର ଉପରେ ବର୍ଷିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା

କଣ୍ଟାବାଞ୍ଜି: ରାହୁଲ ଗାନ୍ଧୀଙ୍କୁ EDର ଜେରା ବିରୋଧରେ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ ଓ କଣ୍ଟାବାଞ୍ଜି ଏନଏସି  ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ବିକ୍ଷୋଭ ସଭା କରାଯାଇଛି । କଣ୍ଟାବାଞ୍ଜି ନଗର କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ସଭାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ରାହୁଲ ଗାନ୍ଧୀ ଏବଂ ଗାନ୍ଧୀ ପରିବାର ଉପରେ ଇଡି ଏବଂ ସିବିଆଇ ତଦନ୍ତ ଦାବି କରି ହଇରାଣ କରୁଥିବା କହିଥିଲେ । ଏନଏସିର ନଗରପାଳ, ଉପନଗରପାଳ ସମେତ କଂଗ୍ରେସର ଶତାଧିକ ସଦସ୍ୟ-ସଦସ୍ୟା ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ଥିଲେ  ।

Related Articles

Back to top button
WP Twitter Auto Publish Powered By : XYZScripts.com