ଓଡ଼ିଶା

ରାଜ୍ୟରେ ବଢିବ ଶୀତର ପ୍ରକୋପ

ରାଜ୍ୟରେ ବଢିବ ଶୀତର ପ୍ରକୋପ । ଆହୁରି ୨ ରୁ ୩ ଡିଗ୍ରୀ କମିବ ରାତି ତାପମାତ୍ରା । ରାଜ୍ୟବାସୀଙ୍କୁ ଅନୁଭବ ହେବ ଆହୁରି ଶୀତ । ସୂଚନା ଅନୁଯାୟୀ, ଉପକୂଳ ଓଡିଶାରେ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳେ ପୁଣିଥରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାସହ ଆଭ୍ୟନ୍ତରୀଣ ଓଡିଶାରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ଏହାସହ ରାଜ୍ୟରେ ଘନ କୁହୁଡି ହେବ ବୋଲି ସୂଚନା ଦିଆଯାଇଛି । 17 ତାରିଖରେ ହେବାକୁ ଥିବା ପଶ୍ଚିମଝଡ ପ୍ରଭାବରେ ଉତର ଓ ଉତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com