ଓଡ଼ିଶା

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଲୁଟ୍ : ୧୨ଲକ୍ଷ ଟଙ୍କାର ସୁନା-ରୂପା ଅଳଙ୍କାର ସହ ୭୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୋର() ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ୧୨ ଲକ୍ଷ ଟଙ୍କାର ସୁନା-ରୂପା ଗହଣା ଓ ନଗଦ ୭୫ ହଜାର ଟଙ୍କା ଚୋରୀ । ସୋର ଥାନା ଇଟୁଆ ଗ୍ରାମର ଓସିଏଲର ଅବସରପ୍ରାପ୍ତ ପରିଚାଳକ ବିରଞ୍ଚି ନାରାୟଣ ମହାନ୍ତିଙ୍କ ଘରୁ ଝରକା ଭାଙ୍ଗି ଚୋରୀ ହୋଇଛି । ସୋର ପୋଲିସର ତଦନ୍ତ ଜାରି ରଖିଛି ।

ଗତ ୫ ତାରିଖରେ ସୋର ଥାନା ଇଟୁଆ ଗ୍ରାମର ବିରଞ୍ଚି ମହାନ୍ତି ପରିବାର ସହ ଜଳେଶ୍ବରର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରି ଦେଖିଲେ ତାଙ୍କ ଶୋଇବା ଘର ଝରକା ଭାଙ୍ଗି ଚୋରମାନେ ଘରେ ପଶି ଲୁହା ଆଲମିରା ଭାଙ୍ଗି ୨ ଶହ ଗ୍ରାମର ସୁନା ଗହଣା ହାର ୧ଟି, କାନଫୁଲ ୭ ହଳ, ବାହୁଟି ୨ ହଳ, ମୁଦି ୩୧ଟି, ପଦକ ୬ଟି ଓ ରୁପା ୬ଶହ ୫୦ ଗ୍ରାମ ଓ  ନଗଦ ୭୫ ହଜାର ଟଙ୍କା ଚୋରି ହୋଇଯାଇଛି । ଖବର ପାଇ ସୋର ପୋଲିସ ତଦନ୍ତ ଜାରି ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com