ଜାତୀୟ

ଭଉଣୀ ମୃତ୍ୟୁର ପ୍ରତିଶୋଧ ନେଲା ଶଳା ! ଘରୁ ମିଳିଲା କନ୍ନଡ ଅଭିନେତା ସତୀଶ ବଜ୍ରଙ୍କ ରକ୍ତାକ୍ତ ମୃତଦେହ

ମୁମ୍ବାଇ: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଝଟ୍‌କା । ରାଇଜିଂ ଷ୍ଟାର ସତୀଶ ବଜ୍ରଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩୨ବର୍ଷ ବୟସ୍କ ଅଭିନେତାଙ୍କ ମୃତଦେହ ଉଦ୍ଧାର ହୋଇଛି । ସତୀଶ ବେଙ୍ଗାଲୁରୁର ଆରଆରନଗରରେ ରହୁଥିଲେ । ରିପୋର୍ଟ ଅନୁସାରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ତିନି ମାସ ପୂର୍ବରୁ ସତୀଶଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ ।

ରିପୋର୍ଟ ଅନୁସାରେ ଘଟଣାଟି ରବିବାର ଦିନ ଘଟିଛି । ସତୀଶଙ୍କ ଘର ମାଲିକ ପୋଲିସକୁ ଏ ଘଟଣା ନେଇ ସୂଚନା ଦେଇଥିଲେ । ତାଙ୍କ ଫ୍ଲାଟ୍‌ରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସିସିଟିଭି କ୍ୟାମେରାର ଫୁଟେଜ୍ ଦେଖାଯାଇଥିଲା । ଫୁଟେଜ୍‌ରୁ ଜଣାପଡିଥିଲା ଯେ, ଯେତେବେଳେ ସତୀଶ ଘରେ ପ୍ରବେଶ କରିଥିଲେ ସେତେବେଳେ ଦୁଇ ଜଣ ଅଜ୍ଞାତ ଲୋକ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ସତୀଶଙ୍କ ହତ୍ୟାକାରୀ ସେଠାରୁ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।

ସତୀଶ ବଜ୍ର ତାଙ୍କ ପରିବାରଙ୍କ ବିରୋଧରେ ଯାଇ ବିବାହ କରିଥିଲେ । ତାଙ୍କ ବିବାହରେ ସତୀଶଙ୍କ ପରିବାର ଏବଂ ତାଙ୍କ ପତ୍ନୀଙ୍କ ପରିବାରଲୋକ ଖୁସି ନଥିଲେ । ଉଭୟଙ୍କ ପରିବାର ମଧ୍ୟରେ ସବୁବେଳେ ବିବାଦ ଲାଗିରହିଥିଲା । ପାରିବାରିକ କଳହ ହିଁ ସତୀଶଙ୍କ ପତ୍ନୀଙ୍କ ଆତ୍ମହତ୍ୟାର କାରଣ ବୋଲି କୁହାଯାଉଛି ।

ରିପୋର୍ଟ ଅନୁସାରେ, ପୋଲିସ ସନ୍ଦେହ କରୁଛି ଯେ ଭଉଣୀର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସତୀଶଙ୍କ ଶଳା ହିଁ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ବର୍ତ୍ତମାନ ପୋଲିସ ମାମଲାର ଯାଞ୍ଚ କରୁଛି । ପୋଲିସ ସତୀଶଙ୍କ ଶଳା ଏବଂ ଶ୍ବଶୁର ଘର ଲୋକଙ୍କୁ ଖୋଜୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com