ଜାତୀୟରାଜନୀତି

ସୋନିଆ ଗାନ୍ଧିଙ୍କୁ ଅଧିକ ସମୟ ଦେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ଅନୁରୋଧକୁ ରକ୍ଷା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରବର୍ତ୍ତୀ ତାରିଖ ସମ୍ପର୍କରେ ନିଷ୍ପତ୍ତି ନେବ ଇଡି । ଆଜି ସୋନିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହେବାର ଥିଲା । ଏଥିପାଇଁ ତାଙ୍କୁ ସମନ ଜାରି କରିଥିଲା ଏଜେନ୍ସି । କିନ୍ତୁ କୋଭିଡରୁ ସୁସ୍ଥ ହେବା ପରେ ତାଙ୍କୁ ବିଶ୍ରାମ ଦେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଏ ଦୃଷ୍ଟିରୁ ସେ ହାଜର ହେବା ପାଇଁ ଅଧିକ ସମୟ ଲୋଡ଼ିଥିବା କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ ସୂଚନା ଦେଇଛନ୍ତି । ଏହି ମାମଲାରେ ରାହୁଲ ଗାନ୍ଧି ୫ ଥର ଇଡିରେ ହାଜର ହୋଇସାରିଛନ୍ତି । ସୋନିଆଙ୍କୁ ପ୍ରଥମେ ଏହି ମାସ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । କିନ୍ତୁ ସେ କୋଭିଡରେ ଆକ୍ରାନ୍ତ ହେବାରୁ ସାନି ସମନ ଜାରି କରି ଜୁନ୍ ୨୩ ତାରିଖରେ ହାଜର ହେବା ପାଇଁ କହିଥିଲା ଇଡି । ସେପଟେ କଂଗ୍ରେସ ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ରାହୁଲ । ଜେରା ବେଳେ ତାଙ୍କର ଧୈର୍ଯ୍ୟ ଦେଖି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ବୋଲି ରାହୁଲ କହିଥିଲେ । ସେ ବିପାସନା କରନ୍ତି ବୋଲି ପରିହାସରେ ଅଧିକାରୀଙ୍କୁ କହିଥିବା ରାହୁଲ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com