ଜାତୀୟରାଜନୀତି

୩ ଲୋକସଭା ଏବଂ ୭ ବିଧାନସଭା ଆସନରେ ମତଦାନ , ୨୬ରେ ପ୍ରକାଶ ପାଇବ ଫଳାଫଳ

ନୂଆଦିଲ୍ଲୀ : ଦେଶର ୩ଟି ଲୋକସଭା ଓ ୭ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି । ପୂର୍ବାହ୍ନ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଏହା ଜାରି ରହିବ । ଏହି ସବୁ ଆସନର ଭୋଟଗଣତି ଓ ଫଳାଫଳ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ । ଉତ୍ତର ପ୍ରଦେଶର ରାମପୁର ଓ ଆଜମଗଡ଼ ଏବଂ ପଂଜାବର ସଂଗରୁର ଲୋକସଭା ଆସନରେ ଭୋଟ ଗ୍ରହଣ କରାଯାଉଛି । ସେହିପରି ଦିଲ୍ଲୀ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ତ୍ରିପୁରାର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେଉଛି ।  ସମସ୍ତ ଲୋକସଭା ଆସନରେ କୋଭିଡ-୧୯କୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଆଜମଗଡ଼ ଓ ରାମପୁର ଉପନିର୍ବାଚନରେ ୩୪.୪୫ ଲକ୍ଷ ଭୋଟର୍ସ ଅଛନ୍ତି । ଏଥିରେ ୧୮.୭୮ ପ୍ରତିଶତ ପୁରୁଷ ଭୋଟର ଥିଲା ବେଳେ ୧୬.୬୭ ଲକ୍ଷ ମହିଳା ଭୋଟର । ତୃତୀୟ ଲିଙ୍ଗର ଭୋଟର ସଂଖ୍ୟା ୨୧୮ । ରାମପୁରରେ ୬ ଜଣ ଓ ଆଜମଗଡ଼ରେ ୧୩ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି । ଉଭୟ ଲୋକସଭା ଆସନରେ ୪୨୩୪ଟି ମତଦାନ କେନ୍ଦ୍ର କରାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ କରାଯିବା ପାଇଁ ରାଜ୍ୟ ପୋଲିସ ସମେତ କେନ୍ଦ୍ରୀୟ ବଳ ମୁତୟନ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com