ଓଡ଼ିଶା

ଶ୍ରେଣୀଗୃହରେ ପାଠ ପଢାଇଲେ ବିଧାୟକ : ଛାତ୍ରଛାତ୍ରୀଙ୍କୁ ପଚାରିଲେ ସାଧାରଣ ଜ୍ଞାନ

ପାଟଣା:  ଶ୍ରେଣୀଗୃହରେ ପାଠ ପଢ଼ାଇଲେ ବିଧାୟକ । କେନ୍ଦୁଝର ଜିଲ୍ଲା ପାଟଣା ବିଧାୟକ ଜଗନ୍ନାଥ ନାଏକ ସାହାରପଡ଼ା ବ୍ଳକ ଖୁଣ୍ଟାପଡ଼ା ଗ୍ରାମ ପଞ୍ଚାୟତ ଗୋଜିଟାଙ୍ଗିରି ଉଚ୍ଚ ବିଦ୍ୟାଳୟରେ ପାଠ ପଢାଇଛନ୍ତି ।

ସୂଚନାନୁସାରେ, ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଧାୟକ  ଗୋଜିଟାଙ୍ଗିରି ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ । ସେଠାରେ ସେ ସ୍କୁଲର ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିବା ଦେଖିବାକୁ ମିଳିଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷ ହେବା ପରେ, ଶ୍ରେଣୀଗୃହରେ ସେ ଛାତ୍ରଛାତ୍ରୀମାନଙ୍କର ସାଧାରଣ ଜ୍ଞାନ ପରଖିଥିଲେ । ବିଧାୟକଙ୍କ ପ୍ରଶ୍ନର ଉତ୍ତର କିଛି ଛାତ୍ରଛାତ୍ରୀ ଠିକ୍ ଲେଖିଥିଲେ । ତେବେ ଆଉ କିଛି ଭୁଲ୍ ଉତ୍ତର ଲେଖିଥିଲେ ।  ପିଲାଙ୍କର ବ୍ୟାକରଣଗତ ଅଶୁଦ୍ଧିକୁ ଉତ୍ତର ଖାତାରେ ବିଧାୟକ ଠିକ୍ କରୁଥିବା ମଧ୍ୟ ଦେଖାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com