ଜାତୀୟ

ପାକିସ୍ତାନ ଟାର୍ଗେଟରେ ଥିଲା ସ୍ୱର୍ଣ୍ଣ ମନ୍ଦିର

ଅପରେସନ ସିନ୍ଦୂର, ଭାରତର ବୈରୀ ରାଷ୍ଟ୍ର ପାକିସ୍ତାନ ପକ୍ଷରୁ ହୋଇଥିବା ଘୃଣାସ୍ପଦ ଅପରାଧ ବିରୁଦ୍ଧରେ ଏକ ଶକ୍ତିଶାଳୀ ପ୍ରତିଶୋଧ | ଏକ ଗଣମାଧ୍ୟମ ସାକ୍ଷାତକାରରେ ଭାରତୀୟ ବାୟୁସେନାର ଜଣେ ଯବାନ ଖୋଲାସା କରିଛନ୍ତି ଯେ, ମେ ୮ ତାରିଖ ଦିନ ପାକିସ୍ତାନ ଭାରତର ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ଆକ୍ରମଣ କରିବା ଲାଗି ଯୋଜନା କରିଥିଲା। ଏହି ଘଟଣା ସେମାନଙ୍କ ମନରେ ବସିଥିବା ଘୃଣା ଓ ଧାର୍ମିକ ଅସହିଷ୍ଣୁତାର ପ୍ରମାଣ | କିନ୍ତୁ ଭାରତୀୟ ବାୟୁସେନା ଏବଂ ରକ୍ଷା ବ୍ୟବସ୍ଥା ଦ୍ୱାରା ଏହି ଯୋଜନା ସମୟ ଥାଉ ଥାଉ ଜଣାପଡ଼ିଥିଲା | ଭାରତର ଆଧୁନିକ ଆକାଶ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଓ L-70 ବାୟୁ ପ୍ରତିରକ୍ଷା ଗନ୍ ଦ୍ୱାରା ଶତ୍ରୁଙ୍କ ବୃହତ୍ ଆକ୍ରମଣକୁ ସଫଳତାର ସହିତ ବିଫଳ କରାଯାଇଛି।

ଜଣେ ଯବାନ ସଂବାଦମାଧ୍ୟମକୁ କହିଛନ୍ତି, “ପାକିସ୍ତାନ ଧାର୍ମିକ ସ୍ଥାନଗୁଡିକୁ ଟାର୍ଗେଟ କରି ଦେଶ ମଧ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଆମେ ସେମାନଙ୍କ ଯୋଜନାକୁ ଧ୍ୱଂସ କରିଦେଲୁ। ଯେପର୍ଯ୍ୟନ୍ତ ଭାରତୀୟ ସେନା ନିୟୋଜିତ ଅଛନ୍ତି, ଦେଶକୁ ଆଘାତ କରିବାକୁ କେହି ସାହସ କରିପାରିବେ ନାହିଁ।”

Related Articles

Back to top button
WP Twitter Auto Publish Powered By : XYZScripts.com