ଓଡ଼ିଶା

ବାରିପଦାରେ ବିଭତ୍ସ ହତ୍ୟାକାଣ୍ଡ : ବଡ ଭାଇକୁ କଟୁରୀରେ ହାଣିଲା ସାନ ଭାଇ

ବାରିପଦା, ୨୬/୦୬/୨୨ – ଘରୋଇ କଳହରୁ ସୈତାନ ସାଜିଲା ସାନଭାଇ । ବଡ ଭାଇକୁ କଟୁରୀରେ ହାଣି ବିଭତ୍ସ ଭାବେ ହତ୍ୟା କରିଛି । ମୃତକ ବଡ଼ଭାଇ ଜଣକ ହେଉଛନ୍ତି ମେଘରାୟ ସରେନ୍। ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ । ସୂଚନାନୁଯାଇ, ବଡ ଭାଇ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ପରିବାରର ସଦସ୍ୟଙ୍କୁ ଗାଳି ଗୁଲଜ କରୁଥିଲା । ତେବେ ଗତକାଲି ମଧ୍ୟ ରାତ୍ରିରେ ବଡ ଭାଇ ନିଶାସକ୍ତ ଅବସ୍ଥାରେ ଆସି ଘରେ ଶୋଇଥିବା ସାନ ଭାଇ ସହ କଳି ଝଗଡ଼ା ଆରମ୍ଭ କରିଥିଲା। ଏହି ଝଗଡାରେ ରାଗିଯାଇ ସାନଭାଇ ଲକ୍ଷ୍ମଣ ଏକ କଟୁରି ସାହାଯ୍ୟରେ ବଡ଼ଭାଇ ମେଘରାୟକୁ ଆକ୍ରମଣ କରିଥିଲା, ଯାହାଫଳରେ ଘଟଣା ସ୍ଥଳରେ ମେଘରାୟଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣା ସ୍ଥଳରେ ବାରିପଦା ସଦର ପୋଲିସ ପହଂଚି ହତ୍ୟାକାରୀ ଲକ୍ଷ୍ମଣ ସରେନକୁ ଘଟଣା ସ୍ଥଳରୁ ଗିରଫ କରିଛି । ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com