ଓଡ଼ିଶା

୧୦୮ ପୌରାଧ୍ୟକ୍ଷରୁ ୭୩ରେ ବିଜେଡି ଆଗରେ, କଟକରେ କଂଗ୍ରେସ ଆଗୁଆ

ଭୁବନେଶ୍ୱର : ଆଜି ଚାଲିଛି ପୌର ଭୋଟ ଗଣତି । ସକାଳ ଆରମ୍ଭ ହୋଇଥିବା ଗଣତିରେ ବିଜେଡି ଆଗୁଆ ରହିଛି । ରାଜ୍ୟର ଅଧିକାଂଶ ଏନ୍‌ଏସି, ପୌରାଅଞ୍ଚଳରେ ଆଗରେ ରହିଛି ବିଜେଡି । ତେବେ ଏବେ ସୁଦ୍ଧା  ୧୦୮ ପୌରଧ୍ୟକ୍ଷ ଆସନ ମଧ୍ୟରୁ ୭୩ଟିରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୧୭ଟିରେ ଏବଂ କଂଗ୍ରେସ ୭ଟିରେ ରହିଛନ୍ତି । ସେହିପରି ଅନ୍ୟାନ୍ୟ ଦଳ ୯ଟି ସ୍ଥାନରେ ଆଗୁଆ ରହିଛନ୍ତି ।
ସେହିପରି କଟକ ମହାନଗର ନିଗମରେ ଭୋଟ ଗଣତି ଆରମ୍ଭ ହୋଇଛି । ବିଜେଡି ପ୍ରାର୍ଥୀ ସୁବାସ ସିଂହ ୨ୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ପ୍ରଥମ ସ୍ଥାନରେ ରହିଛନ୍ତି । ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ୍‌ ବହୁ ପଛରେ ରହିଛନ୍ତି । ଏବେ ଯାଏଁ କଟକରେ କଂଗ୍ରେସ ପ୍ରାର୍ଥୀ ୫୯୪୯ ପାଇଥିବା ବେଳେ ବିଜେଡି ୫୫୪୪ଖଣ୍ଡ ଭୋଟ ପାଇଛନ୍ତି । ଆଉ ବିଜେପି ୨୪୪୩ ଖଣ୍ଡ ଭୋଟ ପାଇଛନ୍ତି । ଏପଟେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଏବେ ଯାଏଁ ଆରମ୍ଭ ହୋଇନି ଗଣତି ।
ସେପଟେ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ୩୧୫୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ୨୪୪୩ ଖଣ୍ଡ ଭୋଟ ପାଇଛନ୍ତି । ଆଉ କଂଗ୍ରେସ ପ୍ରାର୍ଥୀ ୨୧୧ ଖଣ୍ଡ ଭୋଟ ପାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com