ଓଡ଼ିଶା

ଜୁନ୍ ୨୨ ଯାଏ ପ୍ରଚଣ୍ଡ ତାତି!, ଗ୍ରୀଷ୍ମ ଲହରୀ ନେଇ ୭ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳାରୁ ନାହିଁ ନିସ୍ତାର । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୨୨ ତାରିଖ ଯାଏ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା କ୍ଷୀଣ । ଆଇଏମ୍‌ଡି ଆକଳନ ଅନୁଯାୟୀ ପୂର୍ବ ଓ କେନ୍ଦ୍ରୀୟ ଭାରତର କିଛି ସ୍ଥାନରେ ମୌସୁମୀ ପ୍ରବେଶ କରିବ । ତେବେ ଉତ୍ତର ପୂର୍ବ, ପୂର୍ବ ଭାରତ ଓ ଉତ୍ତର ପଶ୍ଚିମ ଭାରତରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । କିନ୍ତୁ ଓଡ଼ିଶାରେ ଜୁନ୍ ମାସରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ ୭୦ ପ୍ରତିଶତରୁ କମ୍ ବୃଷ୍ଟିପାତ ହେବ । ଜୁନ୍ ୯ ରୁ ୧୫ ତାରିଖ ଭିତରେ ରାଜ୍ୟର କିଛି ସ୍ଥାନରେ ଅଳ୍ପ ବର୍ଷା ହେବାର ସମ୍ଭାବନା ଅଛି । ଏହାପରେ କ୍ରମଶଃ ରାଜ୍ୟର ସବୁ ଅଞ୍ଚଳରେ ତାପମାତ୍ରା ଧୀରେ ଧୀରେ ୪୦ଡିଗ୍ରୀ ତଳକୁ ଖସିବ । ପଶ୍ଚିମା ବାୟୁ ପ୍ରବାହ କାରଣରୁ ରାଜ୍ୟରେ ମୌସୁମୀ ପ୍ରବେଶ ବାଧାପ୍ରାପ୍ତ ହବା ସହ ଉଚ୍ଚ ତାପମାତ୍ରା ଓ ଗୁଳୁଗୁଳି ଜାରି ରହିଛି । ଗୁରୁବାର ପଶ୍ଚିମ ଓଡ଼ିଶା ଲଗାତର ତତଲା କଡ଼େଇ ହୋଇଥିବା ବେଳେ ବଲାଙ୍ଗୀରର ତାପମାତ୍ରା ସର୍ବାଧିକ ୪୫.୩ ଡିଗ୍ରୀ ରେକର୍ଡ ହୋଇଛି । ଶୁକ୍ରବାର ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି ରହିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com